ମୁଜାଫରନଗର: ଦାମ୍ପତ୍ୟ କଳହ ଦର୍ଶାଇ ହୋଲି ଆଗରୁ ଉତ୍ତର ପ୍ରଦେଶର ଫାରୁଖାବାଦ ଜିଲ୍ଲାର ଜଣେ ପୁଲିସ ଇନ୍‌ସ୍‌ପେକ୍ଟର୍‌ ୧୦ ଦିନ ଛୁଟି ପାଇଁ କରିଥିବା ଆବେଦନ ପତ୍ରଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

Advertisment

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌କୁ ସମ୍ବୋଧନ କରି ଲିଖିତ ଉକ୍ତ ଦରଖାସ୍ତରେ ଇନ୍‌ସ୍‌ପେକ୍ଟର୍‌ ଅଶୋକ କୁମାର କହିଛନ୍ତି, ଗତ ୨୨ ବର୍ଷ ହେବ ମୁଁ ଶଶୁର ଘରେ ହୋଲି ଖେଳି ପାରି ନ ଥିବାରୁ ମୋ ସ୍ତ୍ରୀ ରାଗିଛି। ଏବଂ ଏଥର ସେଠାକୁ ଯିବା ପାଇଁ ଅଡ଼ି ବସିଛି।

publive-image Image Courtesy of PiPa News

ଭାଇରାଲ୍‌ ହୋଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି ଯେ, ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ, ଆମ ବାହାଘରର ୨୨ ବର୍ଷ ଭିତରେ ହୋଲି ଉତ୍ସବରେ ମୋ ସ୍ତ୍ରୀ ବାପଘରକୁ ଯାଇ ପାରିନାହିଁ। ସେଥିପାଇଁ ସେ ମୋ ଉପରେ ରାଗିଛି। ଏବଂ ଏଥର ଯିବ ବୋଲି ଜିଦ୍‌ ଧରି ବସିଛି। କିନ୍ତୁ, ଛୁଟି ନ ମିଳିଲେ ମୁଁ ଯିବି ବା କେମିତି? ସମସ୍ୟା ଓ ମୋ ପରିସ୍ଥିତିକୁ ହୃଦୟଙ୍ଗମ କରି ଦୟାପୂର୍ବକ ମତେ ୧୦ ଦିନ ‘କାଜୁଆଲ୍‌ ଲିଭ୍‌’ ମଞ୍ଜୁର କରନ୍ତୁ।

ଉଲ୍ଲେଖଯୋଗ୍ୟ, ଦରଖାସ୍ତ ପଢ଼ି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଇନ୍‌ସ୍‌ପେକ୍ଟର୍‌ ଅଶୋକ କୁମାରଙ୍କୁ ମାର୍ଚ ୪ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ‘କାଜୁଆଲ୍‌ ଲିଭ୍‌’ ମଞ୍ଜୁର କରିଛନ୍ତି।