ରାଞ୍ଚି: ପତ୍ନୀ, ଦୁଇ ପିଲା ଏବଂ ଶାଳୀଙ୍କ ସମେତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବାସଭବନରେ ସମୁଦାୟ ୧୫ଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କିନ୍ତୁ, ନେଗେଟିଭ୍‌ ଆସିଛି। ସେହିପରି, ତାଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଭିଷେକ ପ୍ରସାଦ ଏବଂ ସହକାରୀ ସୁନୀଲ ଶ୍ରୀବାସ୍ତବ ମଧ୍ୟ ନେଗେଟିଭ୍‌ ଆସିଛନ୍ତି।

Advertisment

ରାଞ୍ଚିର ମୁଖ୍ୟ ମେଡିକାଲ୍‌ ଅଫିସର୍‌ ବିନୋଦ କୁମାର କହିଛନ୍ତି, ଏଯାବତ୍‌ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୬୨ଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ଜଣଙ୍କ ରିପୋର୍ଟ ଶନିବାର ସନ୍ଧ୍ୟାରେ ମଳିଯାଇଛି। ସେଥିରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନ୍‌, ସେମାନଙ୍କ ଦୁଇ ପୁଅ ନୀତୀନ ଏବଂ ବିଶ୍ବଜିତ୍‌, ଶାଳୀ ସର୍ଲା ମୁର୍ମୁ ଓ ଅଙ୍ଗରକ୍ଷୀଙ୍କ ସମେତ ୧୫ଜଣ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି।

publive-image Image Courtesy of The Hindu

ସେ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସଂକ୍ରମିତ ହୋଇଥିବା ସମସ୍ତ ରୋଗୀଙ୍କ ଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ସେମାନେ ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସିତ ହୋଇପାରିବେ।

ଏହାଛଡ଼ା, ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତ ମଧ୍ୟ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଏବଂ ଜାମସେଦ୍‌ପୁର ବାସଭବନରେ ଏକାନ୍ତବାସ କରୁଛନ୍ତି।