ଲଖନଉ: ଉତ୍ତରପ୍ରଦେଶର ଲଖନଉର ଇନ୍ସପେକ୍ଟର ସତୀଶ ସିଂଙ୍କୁ ଦୀପାବଳି ଦିନ ବିଳମ୍ବିତ ରାତିରେ ତାଙ୍କ ଘର ନିକଟରେ ହତ୍ୟା କରାଯାଇଥିଲା। ହତ୍ୟା ପରେ ମୃତ ପୁଲିସ ଅଧିକାରୀଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ । ପତ୍ନୀ ଭାବନା ସିଂ ଅଭିଯୋଗ କରିଥିଲେ ଯେ ତାଙ୍କ ଶାଶୁ ଘରେ କିଛି ଯୁବତୀ ଭଡାରେ ରହୁଥିଲେ ଯେଉଁମାନଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବଂ ଏହି ହତ୍ୟାକାଣ୍ଡରେ ସେହି ମହିଳାମାନଙ୍କର ହାତ ଥାଇପାରେ। ତେବେ ପୁଲିସର ଅନୁସନ୍ଧାନ ବେଳେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି |

Advertisment

ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଭାବନା ତାଙ୍କ ଭାଇଙ୍କ ସହ ଯୋଜନା କରିଥିଲେ । କେବଳ ଏତିକି ନୁହେଁ, ସେ ତାଙ୍କ ଭାଇଙ୍କ ସହ ମଧ୍ୟ ପ୍ରମାଣ ଲୁଚାଇବାକୁ ପୁରା ଯୋଜନା କରିଥିଲେ। ଏହାର ଅନୁସନ୍ଧାନ ପରେ ଲଖନଉ ପୁଲିସ ହତ୍ୟା ଅଭିଯୋଗରେ ଭାବନା ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଛି। ପୁଲିସର ସୂଚନାନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ​​ଏବଂ ଉଭୟଙ୍କ ମଧ୍ୟରେ ଝଗଡା ହେତୁ ଭାବନାଙ୍କ ଭାଇ ଦେବେନ୍ଦ୍ର କୁମାର ବର୍ମା ସତୀଶଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ | ସେ ନିଜ ଭଉଣୀ ସହ ମିଳିତ ଭାବରେ ସତୀଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂପୂର୍ଣ୍ଣ ଷଡଯନ୍ତ୍ର କରିଥିଲେ। ଦୀପାବଳି ବିଳମ୍ବିତ ରାତିରେ ମୃତ ଇନ୍ସପେକ୍ଟର ଏକାକୀ ଘରକୁ ଆସୁଥିବାବେଳେ ତାଙ୍କୁ ହତ୍ୟା କରିଥିଲେ |