ସ୍ୱାମୀଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଦେଲେ ମହିଳା, ପୁଅ କହି ଶାଶୁଙ୍କ ସହ ପ୍ରେମିକଙ୍କୁ ୨୨ ମାସ ଧରି କଥା କରାଇଲେ ପତ୍ନୀ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଖୁଲାସା ହୋଇଛି | ଜଣେ ୨୮ ବର୍ଷ ବୟସ୍କା ମହିଳା ପ୍ରେମିକଙ୍କ ସାହାଯ୍ୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଆଉ ଯେପରି ତାଙ୍କ ଉପରେ କେହି ସନ୍ଦେହ ନ କରନ୍ତି ସେଥିପାଇଁ ସେ ପ୍ରେମିକଙ୍କୁ ସ୍ୱାମୀ ସଜାଇ ଶାଶୁଙ୍କ ସହ ଫୋନରେ ୨୨ ମାସ ଧରି କଥା କରାଉଥିଲେ | ତେବେ ନଣନ୍ଦଙ୍କ ସନ୍ଦେହ ଯୋଗୁଁ ଏବେ ଶେଷରେ ପ୍ରେମିକ ଏବଂ ମହିଳାଙ୍କୁ ପୁଲିସ ଗିରଫ କରି ଜେଲକୁ ପଠାଇ ଦେଇଛି। ମିଳିଥିବା ସୂଚନା ମୁତାବକ ୨୩ ନଭେମ୍ବର ୨୦୨୦ ସନ୍ଧ୍ୟାରେ ମହିଳାଜଣକ ତାଙ୍କ ସ୍ୱାମୀଙ୍କୁ ନିଦ ବଟିକା ଖାଇବାକୁ ଦେଇଥିଲେ। ଏହାପରେ ତାଙ୍କୁ ହତ୍ୟା କରି ପ୍ରେମିକ ଅରବିନ୍ଦ ସାହାଯ୍ୟରେ ତାଙ୍କୁ କେନାଲରେ ଭସାଇଦେଇଥିଲେ । ଏହାର କିଛିଦିନ ପରେ ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରି ତଦନ୍ତ କରିଥିଲେ ବି କୌଣସି ସୁରାକ ନ ପାଇବାରୁ ଅନ୍ତିମ ସଂସ୍କାର କରିଦେଇଥିଲା |

ତେବେ ମୃତକଙ୍କ ନାମ ବିଶ୍ୱନାଥ ସାଖୱାର ହୋଇଥିବାବେଳେ ପୁଅ ଘରକୁ ନ ଫେରିବାରୁ ତାଙ୍କ ମା ପୁଅ କେଉଁଠି ଅଛି ବୋଲି ପ୍ରଶ୍ନ କରିଥିଲେ | ଏହା ପରେ ଅଭିଯୁକ୍ତ ମହିଳା ତାଙ୍କ ଶାଶୁଙ୍କୁ କହିଥିଲେ ଯେ ଗୁଜୁରାଟରେ ସ୍ୱାମୀ ଚାକିରି ପାଇଛନ୍ତି। ଆଉ ସେଠାରେ କାମ କରୁଛନ୍ତି | ହତ୍ୟାକାଣ୍ଡର ସାତ ମାସ ପରେ ବିଶ୍ୱନାଥଙ୍କ ପତ୍ନୀ ମୋରେନାକୁ ଯାଇ ଅରବିନ୍ଦଙ୍କ ସହ ରହିବାକୁ ଲାଗିଲେ। ବିଶ୍ୱନାଥଙ୍କ ମା ତାଙ୍କ ସହ କଥାବାର୍ତ୍ତା କରିବାକୁ ଜିଦ୍ ଧରିଥିଲେ। ଆଉ ପ୍ରେମିକ ଅରବିନ୍ଦ ବିଶ୍ୱନାଥ ଭାବରେ ବୃଦ୍ଧା ମାଙ୍କ ସହ କଥା ହେଉଥିଲେ।

ବୃଦ୍ଧା ମା ତାଙ୍କ ସ୍ୱରକୁ ଚିହ୍ନି ପାରିନଥିଲେ। ଏହି ପ୍ରକ୍ରିୟା ୨୨ ମାସ ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ ମୃତକଙ୍କ ମା ନିଶ୍ଚିତ ହୋଇଯାଇଥିଲେ ଯେ ତାଙ୍କ ପୁଅ ଜୀବିତ ଅଛି ଦିନେ ତାଙ୍କ ନିକଟକୁ ଫେରିବେ। ତେବେ ବିଶ୍ୱନାଥଙ୍କ ଭଉଣୀ ବନ୍ଦନା ତାଙ୍କ ଭାଉଜଙ୍କ ସହିତ ଯୋଗାଯୋଗ କରି ତାଙ୍କ ଭାଇଙ୍କ ସହ କଥା ହେବାକୁ କହିଥିଲେ। ଯେତେବେଳେ ଅରବିନ୍ଦ ଫୋନ୍ ଉଠାଇ କଥା ହେବା ଆରମ୍ଭ କଲେ, ବନ୍ଦନାଙ୍କର ସନ୍ଦେହ ହୋଇଯାଇଥିଲା | ସେ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ମହିଳା ଏବଂ ତାଙ୍କ ପ୍ରେମିକର କଳା କାରନାମା ସାମ୍ନାକୁ ଆସିଥିଲା |
,

ସମ୍ବନ୍ଧିତ ଖବର