ଭାଉଜ ପ୍ରେମ ଖଟା: ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ, ପରେ ଦିଅରକୁ ବି ସଫା କରିଦେଲେ

ଭୋପାଳ: ମଧ୍ୟପ୍ରଦେଶର ଦେବର କୋର୍ଟ ଆଜି ଜଣେ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ତେବେ ଏହି ମହିଳାଙ୍କ ଅପରାଧର କାହାଣୀ ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ | ବାସ୍ତବରେ ମହିଳାଜଣକ ନିଜ ଦିଅରଙ୍କ ସହ ଅନୈତିକ ସମ୍ପର୍କ ରଖୁଥିବାବେଳେ ସ୍ୱାମୀ ଜାଣିଦେଇଥିଲେ | ଆଉ ଏହାପରେ ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ | ଏହାର କିଛିଦିନ ପରେ ମହିଳା ଜଣକ ଦିଅରଙ୍କୁ ମଧ୍ୟ ହତ୍ୟା କରିଥିଲେ | ସ୍ୱାମୀଙ୍କ ହତ୍ୟା ମାମଲାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପାଞ୍ଚ ବର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି | ତେବେ ଦିଅରଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚ ବର୍ଷ ପୂର୍ବେ ଉର୍ମିଲା ତାଙ୍କ ଦିଅର ମୋହନଙ୍କ ସହ ମିଶି ସ୍ୱାମୀ ରଣଜିତ ସିଂଙ୍କୁ ହତ୍ୟା କରିଥିଲେ। ସ୍ୱାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟାଙ୍କିରେ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାର ଅନୁସନ୍ଧାନ ପରେ ପୁଲିସ ଉପସ୍ଥିତିରେ ସେପ୍ଟିକ୍ ଖନନ କରାଯାଇଥିଲା, ଯେଉଁଠାରୁ ରଣଜିତଙ୍କ କଙ୍କାଳ ମିଳିଥିଲା।

ଅଭିଯୁକ୍ତ ଉର୍ମିଲା ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଏକ ସେପ୍ଟିକ୍ ଟାଙ୍କିରେ ଫୋଫାଡ଼ି ଦେବା ପରେ ଏହା ଉପରେ ଏକ ଘର ତିଆରି କରି ରହୁଥିଲେ। ତେବେ ମେ, ୨୦୨୧ରେ, କୋଲାର୍ ପୁଲିସ୍ ଅମରନାଥ କଲୋନୀ ନିକଟରେ ଏକ ମୃତଦେହ ପାଇଥିଲେ। । ପୋଷ୍ଟମର୍ଟମ ରିପୋର୍ଟ ପରେ ଦାମଖଡା ନିବାସୀ ମୋହନ ମୀନା ବୋଲି ଜଣାପଡିଥିଲା । ତଦନ୍ତ ପରେ ପୁଲିସ ମୃତ ମୋହନଙ୍କ ଭାଉଜ ଉର୍ମିଳାଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଉର୍ମିଳା ମୋହନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଏହି ଦୁଇଟି ହତ୍ୟା ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ସ୍ୱାମୀ ରଣଜିତଙ୍କ ହତ୍ୟା ମାମଲାରେ କୋର୍ଟ ଶୁକ୍ରବାର ଅଭିଯୁକ୍ତ ଉର୍ମିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଦିଅରଙ୍କ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ରାୟ ଆସିନାହିଁ।

ସମ୍ବନ୍ଧିତ ଖବର