ସହିଦ୍‌ଙ୍କ ପତ୍ନୀଙ୍କୁ ଦିଅର ସହ ବାହାଘର କରିବାକୁ ବାଧ୍ୟ କରୁଛନ୍ତି ଶାଶୁଘର ଲୋକେ

ବେଙ୍ଗାଲୁରୁ: ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା କର୍ଣ୍ଣାଟକର ଏଚ୍‌ ଗୁରୁଙ୍କ ବିଧବା ପତ୍ନୀଙ୍କୁ ତାଙ୍କ ଦିଅର ସହିତ ବାହାଘର କରାଇବାକୁ ଶାଶୁ ଘର ଲୋକେ ବାଧ୍ୟ କରୁଥିବାର ଖବର ମିଳିଛି। ସହିଦ୍‌ ଏଚ୍‌ ଗୁରୁଙ୍କ ପତ୍ନୀ କଳାବତୀ ଏଭଳି ଅଭିଯୋଗ ଆଣିଛନ୍ତିି। ସେ ଅଭିଯୋଗ ଆଣିଛନ୍ତି ଯେ,ଶାଶୁ ଘର ଲୋକେ ସହିଦ୍‌ ସ୍ୱାମୀଙ୍କୁ ମିଳୁଥିବା କ୍ଷତିପୂରଣକୁ ହାତେଇବା ଲାଳସାରେ ତାଙ୍କୁ ଦିଅର ସହିତ ବିବାହ କରାଇବାର ଯୋଜନା କରୁଛନ୍ତି। ପୁଲିସ ତାଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କହିଛି।

ଏସଂପର୍କର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ,ଏହା ଏକ ପାରିବାରିକ ମାମଲା, ଯାହା ଖୁବ୍‌ ସମ୍ବେଦନଶୀଳ।ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏଥିଲାଗି ଶାଶୁଘର ଲୋକଙ୍କୁ ତାଗିଦ୍‌ କରାଯାଇଛି ।

ଏଣେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ କଳାବତୀଙ୍କୁ ତୁରନ୍ତ ସରକାରୀ ଚାକିରି ଦେବାକୁ ପଦକ୍ଷେପ ନେଇଛନ୍ତି। ଦିବଂଗତ ଅଭିନେତା ତଥା ନେତା ଏମ୍‌ ଏଚ୍‌ ଅମ୍ବରୀଶଙ୍କ ପତ୍ନୀ ସୁମନ ଲତା ସହିଦ୍‌ ଏଚ ଗୁରୁଙ୍କ ପରିବାରକୁ ଅଧା ଏକର ଜମି ଦେବାକୁ ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର