ସ୍ତ୍ରୀ ଝରକା ଭାଙ୍ଗି ଫେରାର, ଯିଏ ସ୍ତ୍ରୀକୁ ଖୋଜିଦେବ ତାକୁ ୫ ହଜାର ଦେବେ ସ୍ଵାମୀ

କୋଲକାତା : ଏକ ରୋଚକ ଘଟଣାକ୍ରମରେ, ସ୍ଵାମୀ ହାଇଦ୍ରାବାଦରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗରେ ଥିବା ତାଙ୍କ ସ୍ତ୍ରୀ ନିଜ ସନ୍ତାନକୁ ଧରି ଫେରାର ହୋଇଯାଇଛି। ବିଚରା ସ୍ଵାମୀ ଏହାପରେ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ଯେ ଯିଏ ତାଙ୍କ ସ୍ତ୍ରୀ ଓ ସନ୍ତାନକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ତାକୁ ସେ ୫ ହଜାର ଟଙ୍କା ପୁରସ୍କାର ଦେବ। ଏହି ଘଟଣା ପଶ୍ଚିମବଙ୍ଗର ପିଙ୍ଗଲା ଗ୍ରାମରେ ଘଟିଛି ।

ମିଡିଆ ରିପୋର୍ଟ ଅନୁସାରେ, ପେଶାରେ କାଠ କାରିଗର ଥିବା ସ୍ଵାମୀ ଜଣକ ବିଭିନ୍ନ ସ୍ଥାନ ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ସୋସିଆଲ ମିଡିଆରେ ଆକୁଳ ହୋଇ ନିବେଦନ କରିଛି । ସେ ଫେସବୁକରେ ଲେଖିଛନ୍ତି, ‘‘ଏହି ମହିଳା ଓ ଛୋଟ ପିଲା ଡିସେମ୍ବର ୯ ତାରିଖରୁ ନିଖୋଜ ଅଛନ୍ତି। ଯିଏ ବି ସେମାନଙ୍କୁ ଦେଖିବ ମୋତେ ଖବର ଦେବ। ଯିଏ ସେମାନଙ୍କୁ ପାଇବ ତାଙ୍କୁ ୫ ହଜାର ଚଙ୍କା ପୁରସ୍କାର ଦିଆଯିବ।”

କିନ୍ତୁ ସୋସିଆଲ ମିଡିଆରୁ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିପାରି ନାହିଁ ଏବଂ ତାଙ୍କ ସ୍ତ୍ରୀ ଓ ପିଲା ନିଖୋଜ ଅଛନ୍ତି। ସେ ଡିସେମ୍ବର ୯ ତାରିଖ ଦିନ ହାଇଦ୍ରାବାଦରେ ଥିବାବେଳେ ଏ ବିଷୟରେ ଜଣାଇଥିଲେ । ତା ପରଦିନ ସେ ସ୍ତ୍ରୀଙ୍କୁ ଖୋଜିବାକୁ ବାହାରି ପଡିଥିଲେ ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ତାଙ୍କୁ ଏହି ଘଟଣା ବିଷୟରେ ପରିବାର ଦ୍ଵାରା ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ସ୍ଵାମୀ କହିଛନ୍ତି ପୁଲିସଙ୍କୁ ଏବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି ।

ଯଦିଓ ଏହି ଘଟଣାର ସବିଶେଷ ତଥ୍ୟ ସ୍ପଷ୍ଟ ହୋଇନାହିଁ, ସ୍ଵାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ କାରରେ ଆସିଥିବା ଜଣେ ଲୋକ ସହ ପଳେଇଛନ୍ତି ଯିଏ କି ତାଙ୍କ ସ୍ତ୍ରୀଙ୍କୁ ଏକ ଫୋନ ବି ଦେଇଥିଲା । ସେ ଏହା ବି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଚତୁରତାର ସହ ରାତିରେ ସେହି ଲୋକ ସହ ଫୋନରେ କଥା ହେଉଥିଲେ। ସେ କହିଛନ୍ତି ଡିସେମ୍ବର ୯ ତାରିଖ ଏକ ବିନା ନମ୍ବର ବିଶିଷ୍ଟ ନାନୋ କାର୍ ତାଙ୍କ ଅଞ୍ଚଳକୁ ଆସିଥିଲା ଓ ସେ ଏହି କାରରେ ପଳେଇ ଯାଇଥାଇପାରନ୍ତି ।

ସ୍ଵାମୀ ପୁଣି କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ପକ୍ଷେ ଝରକା ଏକାକୀ ଝରକା ଭାଙ୍ଗିବା ସମ୍ଭବ ନୁହେଁ । ସେ ଯାହାଙ୍କ ସହିତ ଫେରାର ହୋଇଛନ୍ତି ସେ ବୋଧେ ଝରକା ଭାଙ୍ଗିବାରେ ସହାୟତା କରିଥିବେ । ସ୍ତ୍ରୀ ଜଣକ ଟଙ୍କା,ଅଳଙ୍କାର,ଭୋଟ ପରିଚୟପତ୍ର,ଆଧାର କାର୍ଡ,ଶିଶୁର ଜନ୍ମ ପ୍ରମାଣପତ୍ର ସହ ଘରୁ ପଳେଇଛନ୍ତି । ମୋ ସ୍ତ୍ରୀ ଅଶିକ୍ଷିତ ଅଟେ । ତାଙ୍କୁ କୌଣସି ସାମଗ୍ରୀ ଦେଇ ଲୋଭାନ୍ଵିତ କରାଯାଇଛି ଓ ସେ ଲୋଭାନ୍ଵିତ ହୋଇ ପଳେଇଛନ୍ତି । ଯଦି ତାଙ୍କୁ ମଝି ରାସ୍ତାରେ ଛାଡି ଦିଆଯାଇଛି ତେବେ ସେ ଫେରିଆସି ପାରିବେ ନାହିଁ ।

ସେ କହିଛନ୍ତି ତାଙ୍କ ସ୍ତ୍ରୀ ଓ ଛୋଟ ପିଲା ତାଙ୍କ ପିତାମାତାଙ୍କ ସହ ରହୁଥିଲେ ଓ ତାଙ୍କ ପାଖରେ ଫୋନ ନଥିଲା । ସେ କହିଛନ୍ତି ଘରେ ସମସ୍ତେ ତାଙ୍କ ପ୍ରତୀକ୍ଷାକୁ ଅପେକ୍ଷା କରି ରହିଛନ୍ତି । ତାଙ୍କ ସ୍ତ୍ରୀ ପୂର୍ବରୁ ଥରେ ମଧ୍ୟ ଫେରାର ହୋଇଯାଇଥିଲେ । କିନ୍ତୁ ତାଙ୍କର ଏଥିରେ କୌଣସି ସମସ୍ୟା ନାହିଁ ଯେ ସ୍ତ୍ରୀ ଅତୀତରେ କଣ କରିଥିଲେ । ମୁଁ ମୋ ସ୍ତ୍ରୀ ଓ ଛୋଟ ପିଲାଙ୍କ ପ୍ରତୀକ୍ଷା କରିଛି ଓ ମୁଁ ତାଙ୍କ ସହ ରହିବାକୁ ଚାହେଁ ବୋଲି ସ୍ଵାମୀ କହିଛନ୍ତି ।

ସମ୍ବନ୍ଧିତ ଖବର