ମିରଟ: ମିରଟରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।  ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ସହିତ ମୃତଦେହକୁ ୧୫ଖଣ୍ଡ କରି ଏକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ମୁଦି ଦେଇଥିବା ଜଣାପଡ଼ିଛି।

Advertisment

 ଅଭିଯୁକ୍ତମାନେ ହେଲେ ମୁସ୍କାନ ଏବଂ ସାହିଲ। ମୃତକଙ୍କ ନାମ ୨୯ ବର୍ଷୀୟ ସୌରଭ ରାଜପୁତ ବୋଲି ଚିହ୍ନଟ କରାଯାଇଛି। ସୌରଭ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ।

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପତ୍ନୀ ତାଙ୍କ ପ୍ରେମିକଙ୍କ ସହିତ ମିଶି ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ନିଦ ବଟିକା ଦେଇଥିଲେ। ଏହା ପରେ ସେ ତାଙ୍କୁ ଏକ ଛୁରୀରେ ହତ୍ୟା କରିଥିଲେ।

ସୌରଭଙ୍କ ହତ୍ୟାପରେ ମୁସ୍କାନ ସ୍ବାମୀଙ୍କ ଖଣ୍ଡଖଣ୍ଡ ଶରୀର ଓ କଟାମୁଣ୍ଡକୁ ଧରି ପ୍ରେମିକ ସାହିଲଙ୍କ ଘରେ ପହଞ୍ଚିଥିଲେ। ସ୍ବାମୀଙ୍କ କଟାମୁଣ୍ଡକୁ ପ୍ରେମିକ ଘରେ ରଖି ମୁସ୍କାନ ଖୁବ ମଜାରେ ରାତି ଭୋଜନ କରି ପ୍ରେମିକ ସହିତ ସମୟ ବିତାଇବା ସହିତ ମୃତଦେହକୁ ଏଣେତେଣେ ଫିଙ୍ଗିବାର ଯୋଜନା କରିଥିଲେ। କିନ୍ତୁ ଏହି ଯୋଜନା ପଣ୍ଡ ହୋଇଯିବା ପରେ ମୁସ୍କାନ ଓ ସାହିଲ ଏକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ମୁଦି ଦେଇିଲେ।