ରାଞ୍ଚି: ଜମ୍ମୁରେ ସେନାବାହିନୀରେ କାର୍ଯ୍ୟ କରୁଥିବା ସ୍ବାମୀଙ୍କ ସହିଦ ଖବର ଶୁଣି ରାଞ୍ଚିରେ ପତ୍ନୀ ଆତ୍ମହତ୍ୟା କରିଥିବା ଖବର ମିଳିଛି। ପୁଲିସର ସୂଚନା ମୁତାବକ, ରାଞ୍ଚି ନିକଟସ୍ଥ ଚାନାଓ ଗାଁର ମନୀତା ଓରାମ୍ ନାମକ ଜଣେ ମହିଳା ସ୍ବାମୀଙ୍କ ସହିଦ ଖବର ପାଇବା ପରେ ନିକଟସ୍ଥ ଏକ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ଗତ ଡିସେମ୍ବର ୩୦ ତାରିଖରେ ମନୀତାଙ୍କ ସ୍ବାମୀ ବଜରଙ୍ଗ ଭଗତ୍ ଜମ୍ମୁରେ ସହିଦ ହୋଇଥିଲେ। ତାଙ୍କର ମର ଶରୀରକୁ ୧ ତାରିଖରେ ରାଞ୍ଚିସ୍ଥିତ ନିଜ ଗ୍ରାମକୁ ଅଣାଯାଇଥିଲା। ରାଷ୍ଟ୍ରୀୟ ପର୍ଯ୍ୟଦା ସହ ବଜରଙ୍ଗ ଭଗତଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟା କରାଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମନୀତା କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଯବାନଙ୍କ ସହିଦ୍ ଖବର ଶୁଣି ପତ୍ନୀ ଆତ୍ମହତ୍ୟା କଲେ
/sambad/media/post_attachments/wp-content/uploads/2019/09/suicide-hanging.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)