ମୋ ବାପା ଯୌତୁକ ଦେଇଛନ୍ତି, ତୁମେ ରୋଷେଇ କରି ମୋତେ ଖାଇବାକୁ ଦିଅ; ସ୍ବାମୀକୁ କହିଲା ସ୍ତ୍ରୀ

ଆଗ୍ରା: ମୋ ବାପା ଯୌତୁକ ଦେଇଛନ୍ତି। ତୁମେ ରୋଷେଇ କରି ମୋତେ ଖାଇବାକୁ ଦିଅ। ସ୍ବାମୀକୁ ଏଭଳି କହିଲା ସ୍ତ୍ରୀ। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଅଜବ ଘଟଣା। ବିବାହ ସମୟରେ ସ୍ବାମୀ ଯୌତୁକ ନେଇଥିବାରୁ ପତ୍ନୀ ରୋଷେଇ କରିବି ନାହିଁ ବୋଲି କହିଥିଲେ। ମୋ ବାପା ଅଧିକ ଯୌତୁକ ଦେଇଛନ୍ତି, ତେଣୁ ମୁଁ ରୋଷେଇ କରିବି ନାହିଁ। ଯୌତୁକରେ ମିଳିଥିବା ଟଙ୍କାରେ ଗୃହ ସହାୟିକା ରଖି ରୋଷେଇ କର ଏବଂ ମୋତେ ଖାଇବାକୁ ଦିଅ ବୋଲି ପତ୍ନୀ କହିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ବାମୀ।

ତେବେ ଏଭଳି ଜିଦ୍ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ପୁଲିସରେ ଯୌତୁକ ମାଗୁଥିବା ନେଇ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ କରିଥିଲେ ପତ୍ନୀ। ଏହି ଅଭିଯୋଗ ପରେ ପରିବାର କାଉନସେଲିଂ ସେଣ୍ଟରକୁ ସ୍ୱାମୀ-ସ୍ତ୍ରୀଙ୍କୁ ଡକାଯାଇଥିଲା। ପରାମର୍ଶଦାତା ଉଭୟଙ୍କ ସହ ଏବିଷୟରେ କଥା ହୋଇଥିଲେ।

ସ୍ୱାମୀ କହିଥିଲେ ଯେ ପତ୍ନୀ ଘରର କୌଣସି କାମ କରନ୍ତି ନାହିଁ। ସେ ଖାଦ୍ୟ ରାନ୍ଧନ୍ତି ନାହିଁ ଏବଂ କିଛି କହିଲେ ଝଗଡା କରନ୍ତି। ଯେତେବେଳେ ପରାମର୍ଶଦାତା ପତ୍ନୀଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୋ ବାପା ବିବାହରେ ବହୁତ ଯୌତୁକ ଦେଇଛନ୍ତି। ମୋତେ ରୋଷେଇ ଆସେ ନାହିଁ। ସ୍ୱାମୀ ଏବଂ ଶାଶୁଙ୍କ ପାଇଁ ଖାଦ୍ୟ ରାନ୍ଧିବି ନାହିଁ। ଯୌତୁକରେ ଯେଉଁ ଟଙ୍କା ମିଳିଛି ସେଥିରେ ଗୃହ ସହାୟିକା ରଖି ଘର କାମ କରାନ୍ତୁ ଏବଂ ମୋତେ ଖାଇବାକୁ ଦିଅନ୍ତୁ। ଏହା ଶୁଣି ପରାମର୍ଶଦାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇ ପକ୍ଷ ଶୁଣିବା ପ‌ରେ ଆଗାମୀ ସପ୍ତାହରେ ଦୁହିଁଙ୍କୁ ପୁଣି ଥରେ ସମାଧାନ ପାଇଁ ଡକାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର