ସ୍ତ୍ରୀଙ୍କ ସର୍ତ୍ତ: ୨.୬ କୋଟି ଟଙ୍କା ଦେଲେ ହେବି ଗର୍ଭବତୀ

ଦୁବାଇ: ବାସ୍ତବରେ, ଦୁଇ ଜଣ ବିବାହ କରିବା ପରେ ପରିବାର ବଢ଼ାଇବା ପାଇଁ ଏକତ୍ର ନିଷ୍ପତ୍ତି ନିଅନ୍ତି। କେତେବେଳେ ଏବଂ କିପରି ସେମାନେ ନିଜ ପରିବାର ବଢ଼ାଇବେ ତାହା ସେମାନଙ୍କର ନିଜସ୍ୱ ପସନ୍ଦ। ପିଲାମାନଙ୍କର ଜନ୍ମ ଏବଂ ପ୍ରତିପୋଷଣ ବିଷୟରେ ସ୍ୱାମୀ-ସ୍ତ୍ରୀ ନିଜ ନିଜ ମଧ୍ୟରେ ନିଷ୍ପତ୍ତି ନିଅନ୍ତି। ଅବଶ୍ୟ, ଆଜିକାଲି ସୋସିଆଲ ମିଡିଆର ଯୁଗ ଏବଂ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ମଧ୍ୟ ବ୍ୟକ୍ତିଗତ ରଖନ୍ତି ନାହିଁ। ବ୍ୟକ୍ତିଗତ ଜୀବନର ଗୁପ୍ତତଥ୍ୟ ବାହାରେ ପ୍ରକାଶ କରନ୍ତି। ଏହିପରି ଜଣେ କୋଟିପତିଙ୍କ ପତ୍ନୀ କହିଛନ୍ତି ଯେ ସେ ମଧ୍ୟ ଗର୍ଭଧାରଣକୁ ଟଙ୍କର ରୋଜଗାରର ଏକ ସୁଯୋଗ ବୋଲି ଭାବନ୍ତି।

ଜଣେ କୋଟିପତିଙ୍କ ପତ୍ନୀ କହିଛନ୍ତି ଯେ ସେ ଏହି କାମକୁ ମାଗଣାରେ କରନ୍ତି ନାହିଁ। ପ୍ରତ୍ୟେକ ସନ୍ତାନଙ୍କ ଜନ୍ମ ପୂର୍ବରୁ ସେ ସ୍ୱାମୀଙ୍କଠାରୁ ଅତି କମରେ ୨.୫ କୋଟି ଟଙ୍କା ମୂଲ୍ୟର ଉପହାର ନେଇଥାନ୍ତି। ଦୁବାଇରେ ରହୁଥିବା ସାଉଦି ନାମକ ଜଣେ ମହିଳା କହିଛନ୍ତି ତାଙ୍କ ସ୍ୱାମୀ କୋଟି କୋଟି ଟଙ୍କା ରୋଜଗାର କରନ୍ତି, ଏପରି ପରିସ୍ଥିତିରେ ସେ ଟଙ୍କା କିମ୍ବା ଉପହାର ବିନା ଗର୍ଭବତୀ ହେବା କିମ୍ବା ସନ୍ତାନ ଜନ୍ମ କରିବାର ଯନ୍ତ୍ରଣା ମାଗଣାରେ କରନ୍ତି ନାହିଁ। ଏଥିପାଇଁ ସେ କେଉଁ ଜିନିଷ ଚାହୁଁଛନ୍ତି ତାହା ଆଗରୁ ସ୍ଥିର କରିଥାନ୍ତି, ଯାହା ବଦଳରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ ଦେବେ।

ଦି ସନ୍ ରିପୋର୍ଟ ଅନୁଯାୟୀ ସାଉଦି କହିଛି ଶିଶୁର ଜନ୍ମ ବଦଳରେ ସେ ନିଜକୁ ଏକ ନୂଆ କାର୍ ଏବଂ ମ୍ୟାଚିଂ ହର୍ମେସ୍ ବିର୍କିନ୍ ବ୍ୟାଗ୍ ନେବାକୁ ଚାହିଁଥାନ୍ତି। ଏହାର ମୂଲ୍ୟ ୫୦ ରୁ ୫୫ ଲକ୍ଷ ମଧ୍ୟରେ ହେବ। ଏହା ବ୍ୟତୀତ, ସେ ତାଙ୍କ ସ୍ୱାମୀଙ୍କ ଠାରୁ ପ୍ରତ୍ୟେକ ପିଲାଙ୍କ ପାଇଁ, ୨୦୦,୦୦୦ ପାଉଣ୍ଡ ଅର୍ଥାତ୍ ୨ କୋଟିରୁ ଅଧିକ ଭତ୍ତା ନିଅନ୍ତି । ସ୍ପଷ୍ଟ ଭାବରେ ସେ କହିଛନ୍ତି ଯେ ସେ ମାଗଣାରେ ସନ୍ତାନ ପ୍ରସବ କରିବାର ଯନ୍ତ୍ରଣା ନେବାକୁ ଚାହୁଁନାହାନ୍ତି। ଟିକ୍ ଟକରେ ସେ ତାଙ୍କ ଫଲୋଅର୍ସମାନଙ୍କୁ କହିଥିଲେ ଗର୍ଭଧାରଣ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଇଚ୍ଛା ବିଷୟରେ କହିଥାନ୍ତି।
ସାଉଦି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ପ୍ରଥମ ସର୍ତ୍ତ ହେଉଛି ଯେ ସେ ଆଙ୍ଗୁଠିରେ ଏକ ବଡ ହୀରା ମୁଦି ପିନ୍ଧିବାକୁ ଚାହୁଁଛନ୍ତି। ଦ୍ୱିତୀୟ ମହଙ୍ଗା ଉପହାର ସେ ଶିଶୁର ଜନ୍ମ ସମୟରେ ମାଗିବେ। ଏହି ଉପହାର ମଧ୍ୟ ଲକ୍ଷାଧିକ ଟଙ୍କା ମୂଲ୍ୟର ଏକ ବ୍ୟାଗ, ଯାହା ଝିଅ କିମ୍ବା ପୁଅ ଅନୁଯାୟୀ ନୀଳ କିମ୍ବା ଗୋଲାପୀ ରଙ୍ଗର ହେବ। ଏହା ବ୍ୟତୀତ ସେ ଏକ ବିଳାସପୂର୍ଣ୍ଣ କାର ମଧ୍ୟ ଉପହାରରେ ନେଇଥାନ୍ତି। ଏହା ବ୍ୟତୀତ ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିଥାନ୍ତି। ଯଦିଓ ତାଙ୍କର ଅନେକ ସହାୟିକା ଅଛନ୍ତି, କିନ୍ତୁ ଏକ ଭଲ ନିଦ ସୁନିଶ୍ଚିତ କରିବା ପାଇଁ, ସେ ପିଲାଟିର ଯତ୍ନ ନେଉଥିବା ଜଣେ ନାଇଟ ନର୍ସଙ୍କୁ ନିଯୁକ୍ତ କରିଥାନ୍ତି। ତାଙ୍କ ସ୍ୱାମୀ ଜମାଲ ଜଣେ ସାଧାରଣ ବ୍ୟକ୍ତି ହେଇଥାଇ ପାରନ୍ତି। କିନ୍ତୁ ଲୋକମାନେ ତାଙ୍କ ପତ୍ନୀଙ୍କ ଏଭଳି ସର୍ତ୍ତ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର