୧୪ ପୁରୁଷଙ୍କ ସହ ପତ୍ନୀଙ୍କ ଅବୈଧ ସମ୍ପର୍କ! ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା

କୋଲକାତା : ବେଳେବେଳେ ଏମିତି ଅଜବ ଘଟଣା ଲୋକଲୋଚନକୁ ଆସେ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବିବାହିତ ହୋଇ ମଧ୍ୟ ୧୪ଜଣଙ୍କ ସହ ଅବୈଧ ସଂପର୍କ ରଖିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି । ସବୁଠାରୁ ବଡ଼ କଥା ହେଲା, ସ୍ତ୍ରୀର ଏଭଳି କାମ ବିଷୟରେ ଜାଣିବା ପରେ ବ୍ୟବସାୟୀ ସ୍ବାମୀ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ପତ୍ନୀଙ୍କ ସହ ସଂପର୍କ ରଖିଥିବା ୧୪ ଜଣଙ୍କ ନିକଟକୁ ଆଇନଗତ ନୋଟିସ୍‌ ପଠାଇ ମାନହାନି ବାବଦରେ ୧୦୦ କୋଟି ଟଙ୍କା ଦାବି କରିଛନ୍ତି ପୀଡ଼ିତ।

ସୂଚନା ମୁତାବକ, ବ୍ୟକ୍ତି ଜଣକ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତାଙ୍କର ଅଭିଯୋଗ ହେଉଛି, ଏହି ପୁରୁଷମାନଙ୍କ ପାଇଁ ତାଙ୍କ ବୈବାହିକ ଜୀବନ ନଷ୍ଟ ହୋଇଯାଇଛି। ସମାଜରେ ତାଙ୍କର ପ୍ରତିଷ୍ଠା ମଧ୍ୟ କଳଙ୍କିତ ହୋଇଛି। ତେଣୁ ସେ ଆଇନର ଦ୍ବାରସ୍ଥ ହୋଇଛନ୍ତି। ଏସବୁ ଘଟଣାର ମୂଳସାକ୍ଷୀ ତାଙ୍କ ଡ୍ରାଇଭର। ୧୪ ଜଣଙ୍କୁ ଅଲଗା ଅଲଗା ଆଇନ ନୋଟିସ୍‌ ପଠାଇ ୨ ସପ୍ତାହ ମଧ୍ୟରେ କ୍ଷତିପୂରଣ ନଦେଲେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର