ମାଙ୍କଡ଼ ଆକ୍ରମଣର ଶିକାର ହେଲେ ୟୁଟ୍ୟୁବର୍

ନୂଆଦିଲ୍ଲୀ: ସମ୍ପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ୟୁଟ୍ୟୁବର୍ ଲୋଗନ୍ ପାଲଙ୍କୁ ଏକ ମାଙ୍କଡ଼ ଦଳ ଆକ୍ରମଣ କରିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଲୋଗନ୍ ମାଙ୍କଡମାନଙ୍କ ସହିତ ହୋଇଥିବା ମୁହାଁମୁହିଁର ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି।

ଭିଡିଓରେ ଗୋଟିଏ ବଡ ମାଙ୍କଡ ମହଙ୍ଗା କ୍ୟାମେରାକୁ ଉଠାଇବା ସହିତ ବ୍ୟାଗରୁ କିଛି ଜିନିଷ ବାହାର କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଅନ୍ୟ ମାଙ୍କଡ଼ମାନେ ପାର୍କିଂରେ ଛିଡ଼ା ହୋଇଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ଡିଆଁ ଡେଇଁ କରୁଛନ୍ତି।

 

ଭିଡିଓରେ ଲୋଗନ୍ ପାଲ୍ ତାଙ୍କ କ୍ୟାମେରାମ୍ୟାନଙ୍କୁ ପଚାରୁଥିବା ଶୁଣିବାକୁ ମିଳୁଛି ଯେ, ‘ଓହ, ମୁଁ କ’ଣ କରିବି? ହେ, ଭଗବାନ । ଏହି ସମୟରେ ଗୋଟିଏ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିବାକୁ ଦୌଡ଼ାଇ ଆସିଥିବା ବେଳେ ଆଉ ଏକ ମାଙ୍କଡ଼ ଶେଷରେ ବ୍ୟାଗରୁ ଏକ ଏନାର୍ଜି ଡ୍ରିଙ୍କ ବୋତଲ ବାହାର କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର