ମୃତ ଅନ୍ତଃସତ୍ତ୍ୱା ହାତୀର ହତ୍ୟାକାରୀଙ୍କୁ ଧରାଇ ଦେଲେ ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର

ତିରୁଅନନ୍ତପୁରମ୍‌: ଜଙ୍ଗଲୀ ଅନ୍ତଃସତ୍ତ୍ୱା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ହାତୀ ‌ ହତ୍ୟାରେ ସାମିଲ ଅଭିଯୁକ୍ତଙ୍କୁ ଧରାଇ ଦେଲେ ଏକଲକ୍ଷ ଟଙ୍କାର ପୁରସ୍କାର ରାଶିର ଘୋଷଣା କରିଛି ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନ ୱାଇଲ୍ଡ ଲାଇଫ୍ ଏସଓଏସ୍ । ଏହି  ମାମଲାରେ ବନବିଭାଗର ସାହାଯ୍ୟ କରିବା ବ୍ୟକ୍ତିଙ୍କୁ  ଓ୍ଵାଇଲ୍ଡ ଲାଇଫ୍ ଏସ୍‌ଓଏସ୍‌ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଏହି ଘଟଣାକୁ ନେଇ ଏକ ନମ୍ବର ଜାରି କରାଯାଇଛି। ଯେଉଁମାନେ ହାତୀର ହତ୍ୟାକାରୀକୁ ଖୋଜିବା ଅଭିଯାନରେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ହେଲପ୍‌ଲାଇନ୍‌ ନମ୍ବର +୯୧-୯୯୭୧୬୯୯୨୭ରେ କଲ୍‌ କରିପାରିବେ। ଅଥବା [email protected]ରେ ମେଲ ବି କରି ପାରିବେ।

पानी में खड़े-खड़े हुई गर्भवती हथिनी की मौत

କେବଳ ଓ୍ଵାଇଲ୍ଡ ଲାଇଫ୍‌ ଏସ୍‌ଓଏସ୍‌ ନୁହେଁ ଅନ୍ତସତ୍ତ୍ୱା ହାତୀର ହତ୍ୟାକାରୀଙ୍କୁ ଯିଏ ଧରାଇ ଦେବ ତାଙ୍କୁ ଏଚଏସ୍‌ଆଇ ଇଣ୍ଡିଆ ପକ୍ଷରୁ ମଧ୍ୟ ୫୦,୦୦୦ଟଙ୍କାର ପୁରସ୍କାର ଦିଆଯିବ।

ବୁଧବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଥିଲେ ଯେ ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ ଉପଖଣ୍ଡରେ ଘଟିଥିବା ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏହି କାମ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଏଥିରେ ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି।

Elephant Died in Kerala 2020: Fruit laced with explosive kills ...

ଯନ୍ତ୍ରଣା ଜର୍ଜରିତ ହାତୀର ମୃତ୍ୟୁ ବେଳର ହୃଦୟ ବିଦାରକ ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରି ନୀଲାମ୍ବୁର ସେକ୍ସନ୍‌ ଫରେଷ୍ଟ୍‌ ଅଫିସର୍‌ ମୋହନ କୃଷ୍ଣନ୍‌ ଲେଖିଥିଲେ, ଖାଦ୍ୟ ଅନ୍ବେଷଣରେ ବୁଲୁ ବୁଲୁ ହାତୀଟି ଗ୍ରାମାଞ୍ଚଳକୁ ଚାଲିଯାଇଥିଲା। ସେଠାରେ କେତେକ ଲୋକେ ବାଣ ଭରାଯାଇଥିବା ସପୁରୀଟିଏ ତାକୁ ଖାଇବାକୁ ଦେଇଥିଲେ। ସପୁରୀ  ଖାଇବା ବେଳେ ହାତୀ ପାଟିରେ ବାଣ ଫୁଟିଲା ଏବଂ ତାକୁ ଭୀଷଣ କଷ୍ଟ ହେଲା। ପାଟି କ୍ଷତାକ୍ତ ହେବାରୁ ଆଉ କିଛି ଖାଇ ନ ପାରି ହାତୀଟି ଭୋକ ଉପାସରେ ଏତେତେଣେ ଘୂରିବୁଲିଲା।

ଖୁବ୍‌ ଯନ୍ତ୍ରଣା ହେଉଥିଲେ ବି ହାତୀଟି କୌଣସି ଗ୍ରାମବାସୀଙ୍କୁ ମାରି ନ ଥିଲା କି, ଗୋଟିଏ ବି ଘର ଭାଙ୍ଗି ନ ଥିଲା। ଯନ୍ତ୍ରଣା ଉପଶମ ପାଇଁ ହାତୀଟି ଶେଷରେ ଯାଇ ଭେଲ୍ଲିୟାର୍‌ ନଦୀରେ ଛିଡ଼ା ହୋଇ ରହିଲା। ଆଉ ଏହି ନଦୀରେ ହିଁ ହାତୀ ଟଳି ପଡ଼ି ସବୁଦିନ ପାଇଁ ଆଖିବୁଜି ଦେଇଥିଲା।

ସମ୍ବନ୍ଧିତ ଖବର