ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରି ଅଶୋକ ଗେହଲଟ କଂଗ୍ରେସ ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ତେବେ, ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ସେ ରହିବେ ନା ସେଠୁ ବି ବିଦାୟ ନେବେ ତାହା ଏବେ ଅସ୍ପଷ୍ଟ ରହିଛି। କାରଣ, ଗେହଲଟ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାର କିଛି ସମୟ ପରେ ବରିଷ୍ଠ ନେତା କଂଗ୍ରେସ ନେତା କେ ସି ବେଣୁଗୋପାଳ କହିଛନ୍ତି ଯେ ଏ ପ୍ରସଙ୍ଗରେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ।
ଶ୍ରୀ ଗେହଲଟ କହିଛନ୍ତି ଯେ ରବିବାର ଘଟିଯାଇଥିବା ଘଟଣା ପାଇଁ ସେ ଶ୍ରୀମତୀ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି। ତାଙ୍କ ପ୍ରତି ବିଶ୍ୱସ୍ତତା ପ୍ରଦର୍ଶନ କରିବାକୁ ଯାଇ ୯୦ରୁ ଅଧିକ ବିଧାୟକ ବିଦ୍ରୋହ କର ଶ୍ରୀମତୀ ଗାନ୍ଧୀଙ୍କ ନିର୍ଦ୍ଦେଶପାଳନ କରିବାକୁ ମନା କରିଦେଇଥିଲେ; ଯାହା ସୋନିଆ ଗାନ୍ଧୀଙ୍କୁ ଗଭୀର ଭାବରେ ବିବ୍ରତ କରଥିଲା।
ଶ୍ରୀମତୀ ଗାନ୍ଧୀଙ୍କ ସହ ବୈଠକ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ଗେହଲଟ କହିଛନ୍ତି ଯେ ରବିବାରର ଘଟଣା ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି। ସମଗ୍ର ଦେଶରେ ଏକ ବାର୍ତ୍ତା ଗଲା ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ରହିବାକୁ ଚାହୁଁଛି, ଏବଂ ସେଥିପାଇଁ (ସେସବୁ) ଘଟିଲା। ମୁଁ ସୋନିଆଙ୍କୁ କ୍ଷମା ମାଗିଛି... ମୁଁ ଦୁଃଖିତ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/09/A2-11.jpg)
ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ନିଷ୍ପତ୍ତି ନିଆଯିବ ସେତେବେଳେ ସେହି ଏକ ଧାଡିର ସଂକଳ୍ପ (କଂଗ୍ରେସ ସଭାପତିଙ୍କୁ କ୍ଷମତା ପ୍ରଦାନ କରିବା) ପାରିତ କରିବା ଯାହା ଦଳର ପରମ୍ପରା ରହିଛି। ଦୁର୍ଭାଗ୍ୟବଶତଃ, ସେହି ସଂକଳ୍ପ ପାରିତ ହୋଇପାରିଲା ନାହିଁ ବୋଲି ଶ୍ରୀ ଗେହଲଟ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ଗେହଲଟଙ୍କ ଉତ୍ତରାଧିକାରୀ ହେବେ ବୋଲି ଖବର ପାଇବା ପରେ ସଚିନ ପାଇଲଟଙ୍କୁ ବିରୋଧ କରି ବିଧାୟକମାନେ ବୈଠକରେ ଯୋଗ ଦେଇ ନଥିଲେ।
ତେବେ, ବିଧାନସଭା ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଏହି ସଂକଳ୍ପ ପାରିତ କରିବା ତାଙ୍କର ନୈତିକ ଦାୟିତ୍ୱ ବୋଲି ଶ୍ରୀ ଗେହଲଟ କହିଛନ୍ତି। ଏପରିସ୍ଥିତିରେ ସେ ଦଳର ସଭାପତି ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ତେବେ, ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଜାରି ରଖିବେ କି ବୋଲି ପଚରା ଯିବାରୁ ଶ୍ରୀ ଗେହଲଟ କହିଛନ୍ତି ଯେ ଶ୍ରୀମତୀ ଗାନ୍ଧୀ ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ। ଏ ପ୍ରସଙ୍ଗରେ ଯେତେବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଶ୍ରୀ ବେଣୁଗୋପାଳଙ୍କୁ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ କଂଗ୍ରେସ ସଭାପତି ଏହି ନିଷ୍ପତ୍ତି ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/A3-7.jpg)