ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିବୁ : ଧମକ ଦେଲା ଆଇଏସ୍

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଗୋଟିକ ପରେ ଗୋଟିଏ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ଅଲକାଇଦା ପରେ ଏବେ ଇସ୍ଲାମିକ ଷ୍ଟେଟ୍ ମଧ୍ୟ ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ଧମକ ଦେଇଛି ।

ଏକ ଭିଡିଓ ଜାରି କରି ଆଇଏସର ଏକ ଶାଖା ଇସ୍ଲାମିକ ଷ୍ଟେଟ-ଖୁରାସାନ ପ୍ରୋଭିନ୍ସ ପକ୍ଷରୁ କୁହାଯାଇଛି ଯେ ଭାରତ ଉପରେ ଆକ୍ରମଣ କରାଯିବ । ପ୍ରଫେଟଙ୍କ ଅପମାନର ପ୍ରତିଶୋଧ ନେବାକୁ ହିନ୍ଦୁମାନଙ୍କ ଆକ୍ରମଣ କରାଯିବ ।

ଏହି ଭିଡିଓରେ ଆଏସ ପକ୍ଷରୁ କୁହାଯାଇଛି ଯେ ଭାରତର ମୁସଲମାନମାନେ ଏକତ୍ରିତ ହୋଇ ସେମାନଙ୍କ ସହ ହାତ ମିଳାଇବା ଉଚିତ । ଇସ୍ଲାମିକ ଷ୍ଟେଟ ହିନ୍ଦ ପ୍ରୋଭିନ୍ସ ନିଜର ନିରବତା ଭାଙ୍ଗି ସକ୍ରିୟ ହେବାକୁ ଏହି ଭିଡିଓରେ ଆହ୍ବାନ ଦିଆଯାଇଛି ।

ଏହା ପୂର୍ବରୁ ଗତ ଜୁନ ୬ ତାରିଖରେ ଅଲକାଇଦା ପକ୍ଷରୁ ଜାରି ଏକ ଧମକପୂର୍ଣ୍ଣ ପତ୍ରରେ କୁହାଯାଇଥିଲା ଯେ ଯେଉଁମାନେ ଇସଲାମର  ଅପମାନ କରିଛନ୍ତି, ସେମାନଙ୍କୁ ହତ୍ୟା କରାଯିବ ।  ଅଲକାଇଦା ସଦସ୍ୟମାନେ ନିଜ ଶରୀରରେ ଓ ନିଜ ପିଲାମାନଙ୍କ ଶରୀରରେ ବିସ୍ଫୋରକ ବାନ୍ଧି ଆତ୍ମଘାତି ବିସ୍ଫୋରଣ କରି ଏପରି ଅପରାଧ କରିଥିବା ଲୋକମାନଙ୍କୁ ଉଡ଼ାଇଦେବେ । ଗେରୁଆ ଆତଙ୍କବାଦୀମାନେ ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ଉତ୍ତରପ୍ରଦେଶରେ ନିଜର ଧ୍ବଂସ ପାଇଁ ଅପେକ୍ଷା କରିବା ଉଚିତ ।

 

 

ସମ୍ବନ୍ଧିତ ଖବର