ଏପ୍ରିଲ୍‌ ୨ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ପୁଣି ହୋଇପାରେ ଲକ୍‌ଡାଉନ୍ ‌: ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଏପ୍ରିଲ୍‌ ୨ ତାରିଖ ପର୍ଯ୍ୟନ୍ତ ଯଦି ଏହି ଭଳି ଭାବେ କରୋନା ସଂକ୍ରମଣର ଆତଙ୍କ ଲାଗି ରହେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେବଳ ଗୁରୁବାର ଦିନ ମହାରାଷ୍ଟ୍ରରେ ୩୧ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଶୁକ୍ରବାର ୫୯ ହଜାର କରୋନା ଭାଇରସ୍‌ ହୋଇ ଏହା ୨୦୨୧ର ରେକର୍ଡ କରିଛି।

ପୁଣେରେ ବର୍ତ୍ତମାନର କୋଭିଡ ପରିସ୍ଥିତିର ସମୀକ୍ଷା ବୈଠକ ପରେ ଅଜିତ ପାୱାର ଶୁକ୍ରବାର କହିଛନ୍ତି କି,‘ହୋଲି ପର୍ବ ପାଇଁ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ସାରା ରାଜ୍ୟରେ ହୋଲି ସମୟରେ ଅତ୍ୟଧିକ ଭିଡ଼ ହେବା ଉଚିତ୍ ନୁହେଁ।’

ଅଜିତ ପାୱାର ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଲକ୍‌ଡାଉନ୍‌କୁ ଏଡ଼େଇବା ପାଇଁ ଶାରୀରିକ ଦୂରତ୍ବ ଓ ଅନ୍ୟ କୋଭିଡ୍‌ ନିୟମ ପାଳନ କରନ୍ତୁ। ନଚେତ ଆସନ୍ତା ସପ୍ତାହରୁ ଲକ୍‌ଡାଉନ୍‌ର ସମ୍ମୁଖୀନ ହେବେ।

ମଲ୍, ବଜାର ଏବଂ ସିନେମା ପ୍ରେକ୍ଷାଳୟଗୁଡ଼ିକରେ ୫୦% ନିୟମକୁ କଡ଼ାକଡ଼ି ଭାବରେ ବଜାୟ ରଖିବା ଉଚିତ୍। ବିବାହ ସମାରୋହ ପାଇଁ ପରିବାର ସଦସ୍ୟଙ୍କ ସମେତ କେବଳ ୫୦ ଅତିଥିଙ୍କୁ ଅନୁମତି ରହିଛି ବୋଲି ପାୱାର କହିଛନ୍ତି।

ସମ୍ବନ୍ଧିତ ଖବର