ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ୍ ଟିକା ଯୋଗାଇବା, ଟିକା ନଷ୍ଟ ହେବାର ପ୍ରତିଶତ ତଥା ଆଗକୁ କେତେ ଟିକା ଦିଆଯିବ ସେ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି। ପ୍ରଦତ୍ତ ତଥ୍ୟ ଅନୁସାରେ ଅକ୍ଟୋବର ୧, ୨୦୨୦ର ଜନସଂଖ୍ୟା ଆକଳନ ଅନ୍ତର୍ଗତ ୪,୫୫,୫୨,୦୦୦ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାକୁ ୫୯,୬୫,୧୪୦ ଟିକା ପଠାଯାଇଛି। ସେଥିରୁ ୨.୨୦ ପ୍ରତିଶତ ଟିକା ନଷ୍ଟ ହୋଇଥିବା କୁହାଯାଇଛି। ନଷ୍ଟ ହୋଇଥିବା ଡୋଜ୍ ସମେତ ମୋଟ ୫୬,୧୮,୦୫୭ ଡୋଜ୍ ଦିଆଯାଇଛି ଏବଂ ବଳକା ୩,୪୭,୦୮୩ ଡୋଜ୍ ଉପଲବ୍ଧ ଥିବାର କୁହାଯାଇଛି। ରାଜ୍ୟକୁ ୯୦,୦୦୦ ଟିକା ଯୋଗାଇଦେବା ପର୍ଯ୍ୟାୟରେ ରହିଥିବାର କୁହାଯାଇଛି। ଆଗାମୀ ତିନିଦିନ ଭିତରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟିକା ଉପଲବ୍ଧ କରାଯିବ।
ତିନି ଦିନ ଭିତରେ ରାଜ୍ୟକୁ ଦିଆଯିବ ୯୦ ହଜାର କୋଭିଡ୍ ଟିକା
/sambad/media/post_attachments/wp-content/uploads/2021/04/virus-vaccine-reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)