ହାଇଦ୍ରାବାଦ: ଗୃହ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି ଯେ କେନ୍ଦ୍ର ସରକାର ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ବୈଧ୍ୟ କାଗଜପତ୍ର ନ ଥିବା କାରଣରୁ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଭାରତକୁ ଫେରାଇ ଅଣାଯିବ।

Advertisment

ଶନିବାର ଦିନ ରେଡ୍ଡୀ କହିଛନ୍ତି: ଆମେ ପାକିସ୍ତାନ ସରକାର ଏବଂ ପାକିସ୍ତାନରେ ଅବସ୍ଥିତ ଭାରତୀୟ ଦୂତାବାସ, ଉଭୟ ଦେଶର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ଦୁଇ ବ୍ୟକ୍ତିଙ୍କୁ ଭାରତ ଫେରାଇ ଆଣିବୁ।

ପ୍ରଶାନ୍ତ ଅବସାଦ ଗ୍ରସ୍ତ ଥିଲେ ବୋଲି ତାଙ୍କ ପରିବାରବର୍ଗ କହୁଛନ୍ତି।

publive-image Image Source: India Today

ସେ ଆହୁରି କହିଲେ ଯେ ଦୁଇ ମାସ ତଳେ ଆମେ ସୂଚନା ପାଇଲୁ କି, ପ୍ରଶାନ୍ତ ଓ୍ଵାଇନ୍ଧାମ ନାମକ ଜଣେ ୩୧ ବର୍ଷିୟ ହାଇଦ୍ରାବାଦ ବାସିନ୍ଦା ଏବଂ ତାଙ୍କ ସହ ମଧ୍ୟପ୍ରଦେଶର ଅନ୍ୟ ଜଣେ ବ୍ୟକ୍ତି ବୈଧ୍ୟ କାଗଜପତ୍ର ବିନା ପାକିସ୍ତାନରେ ପହଞ୍ଚିଥିଲେ। ପଞ୍ଜାବ ପ୍ରଦେଶରେ ଉଭୟଙ୍କୁ ଗିରଫ କରାଯାଇଛି।

ତାଙ୍କର ମୁକ୍ତି ନିମନ୍ତେ ସରକାର ସମସ୍ତ ସହାୟତା ଯୋଗାଇ ଦେବେ।