ଭୋପାଳ: ଯଦି ରାଜ୍ୟକୁ ପଶନ୍ତି ତେବେ ଜିଅନ୍ତା ପୋଡ଼ି ପକାଇବେ ବୋଲି ଭାରତୀୟ ଜନତା ପାର୍ଟିର ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଧମକ ଦେଇଛନ୍ତି ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ।

Advertisment

ବିୟୋରା ବିଧାୟକ ଗୋବର୍ଦ୍ଧନ ଡାଙ୍ଗି ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ କହିଲେ ଯେ ସେ ମଧ୍ୟପ୍ରଦେଶରେ ପ୍ରବେଶ କରିବା କ୍ଷଣି ସେମାନେ ତାଙ୍କୁ ଜିଅନ୍ତା ପୋଡ଼ି ପକାଇବେ।

ବୁଧବାର ଦିନ ପାର୍ଲାମେଣ୍ଟ୍‌ରେ ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌ ବିଧେୟକ ବିଷୟରେ ଆଲୋଚନା ଚାଲିଥିବା ସମୟରେ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି ଦେଇଥିବା ମନ୍ତବ୍ୟ କଥାରୁ ଡାଙ୍ଗି ଏ ଭଳି କଥା କହିଛନ୍ତି।

publive-image Image Source: Swarajya

ଲୋକସଭାରେ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହାକୁ ପ୍ରତିବାଦ କରି ଗୁରୁବାର ଦିନ ବିରୋଧୀମାନେ ପାର୍ଲାମେଣ୍ଟ୍‌ ଅଧିବେଶନ ଛାଡ଼ି ବାହାରକୁ ଚାଲି ଆସି ବିଜେପିକୁ ନିନ୍ଦା କରିଥିଲେ।

ଭୋପାଳରେ ଥିବା ସାଧୁ ପ୍ରଜ୍ଞାଙ୍କ ନିର୍ବଚନ ମଣ୍ଡଳୀରେ ମଧ୍ୟ ଗୁରୁବାର ଦିନ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା।