ଲକ୍‌ଡାଉନ୍‌ ଫେରିଲେ ଘରକୁ ଆସିବାକୁ ଜେଜେମାଆକୁ କଥା ଦେଇଥିଲେ ମାଆ ଛେଉଣ୍ଡ ସହିଦ ଦୀପକ କୁମାର

ରେୱା: ‘ଲକ୍‌ଡାଉନ୍‌ ଶେଷ ହେଲେ ଘରକୁ ଯିବି ଜେଜେମାଆ’, ଏହା ଥିଲା ସହିଦ ଯବାନ ନାୟକ ଦୀପକ କୁମାର ସିଂହଙ୍କର ନିଜ ଜେଜେ ମାଆଙ୍କ ସହ ଫୋନ୍‌ ଯୋଗରେ ହୋଇଥିବା କିଛି ଦିନ ତଳର କଥା। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ସରିଗଲା ଜୀବନ। ଭାରତ-ଚୀନ ସୀମା ସଂଘର୍ଷରେ ସହିଦ ‌ହୋଇଗଲେ ଦୀପକ କୁମାର।

ଆପଣ ଜାଣିଲେ ଆହୁରି ଦୁଃଖ କରିବେ ଯେ ମାତ୍ର ୭ ମାସ ତଳେ ହୋଇଥିଲା ଏହି ଯବାନଙ୍କର ବିବାହ ହୋଇଥିଲା। ଭଲ କରି ସଂସାର କରିବା ପୂର୍ବରୁ ଆୟୁଷ ସରିଗଲା। କିଛି ଦିନ ତଳେ ଦୀପକ ତାଙ୍କ ଜେଜେମାଆ ଫୁଲ କୁମାରୀଙ୍କ ସହ ଫୋନ୍‌ରେ କଥା ହୋଇ କହିଥିଲେ କି ଲକ୍‌ଡାଉନ୍‌ ଶେଷ ହେଲେ ଘରକୁ ଫେରିବି। ନାତିର ବାଟ ଚାହିଁ ରହିଥିଲେ ବୁଢ଼ୀ ମାଆ, ମାତ୍ର ଆସିଲା ନାତିର ମୃତଦେହ।

TTV India

ଦୀପକଙ୍କ ୮୫ ବର୍ଷୀୟା ଜେଜେମାଆ କୁହନ୍ତି, ‘ମୁଁ ତାକୁ ବାରମ୍ବାର ଘରକୁ ଆସିବାକୁ କହୁଥିଲି। ଲକ୍‌ଡାଉନ୍‌ ସରିଲେ ସେ ଘରକୁ ଫେରିବ ବୋଲି ଫୋନ୍‌ରେ ମୋ‌ତେ କହିଥିଲା। ମାତ୍ର ଲକ୍‌ଡାଉନ୍‌ ଶେଷ ହେଉ ହେଉ ନାତି ଆଉ ନାହିଁ ବୋଲି ଖବର ଆସିଲା।’

ଦୀପକଙ୍କ ମାଆ ଗତ କିଛି ବର୍ଷ ତଳୁ ଚାଲି ଯାଇଛନ୍ତି। ଦୀପକ ତାଙ୍କ ଜେଜେମାଆଙ୍କ ପାଖରେ ବଢ଼ିଥିଲେ। ଦୀପକଙ୍କ ଜେଜେମାଆଙ୍କ କହିବାନୁସାରେ ଦୀପକ ଖୁବ୍‌ ସ୍ନେହୀ ଓ ସେ ସମସ୍ତଙ୍କୁ ସମ୍ମାନ କରୁଥିଲେ। ଘରର ସବୁ ଲୋକ ତାଙ୍କୁ ଖୁବ୍ ଶ୍ରଦ୍ଧା କରନ୍ତି ବୋଲି କହୁ କହୁ କାନ୍ଦି ପକାଇଲେ ଫୁଲ ଦେବୀ।

ସମ୍ବନ୍ଧିତ ଖବର