ମୋତେ ଭାରତକୁ ପ୍ରତ୍ୟାର୍ପଣ କଲେ ଆତ୍ମହତ୍ୟା କରିବି : ବ୍ରିଟେନ କୋର୍ଟରେ ନିରବ ମୋଦିର ଧମକ

ଲଣ୍ଡନ : ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ନିରାଶ ହୋଇପଡିଛି । ଲଣ୍ଡନ ହାଇକୋର୍ଟ ତାର ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିବା ପରେ ସେ ବିଷାଦଗସ୍ତ ହୋଇପଡିଛି । ଭାରତକୁ ପ୍ରତ୍ୟାର୍ପଣ କଲେ ଆତ୍ମହତ୍ୟା କରିଦେବ ବୋଲି କୋର୍ଟରେ ଧମକ ଦେଇଛି ।

ଗତ କାଲି ବ୍ରିଟିଶ ହାଇକୋର୍ଟ ତାର ଜାମିନ ଆବେଦନକୁ ୪ର୍ଥ ଥର ପାଇଁ ଖାରଜ କରିଦେଇଥିଲେ । ସିକ୍ୟୁରିଟି ଜମା ପରିମାଣ ୨ ଗୁଣ ବୃଦ୍ଧି କରି ୪ ନିୟୁତ ଡଲାର କରିବା ଓ ଗୃହବନ୍ଦୀ ରହିବା ପ୍ରସ୍ତାବ ଦେବା ସତ୍ତ୍ୱେ କୋର୍ଟ ଜାମିନ ପ୍ରଦାନ କରିନଥିଲେ । ଏହି ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ ହେବ ।

ଗତ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦିକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଏକ ଜେଲରେ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର