ଆମେ ରୁଷରୁ ତେଲ କିଣିବା ଜାରି ରଖିବୁ : ମୋଦୀ

ବାଲି : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ।

ବିଶ୍ବର ଉର୍ଜ୍ଜା ( ତେଲ, କୋଇଲା, ଗ୍ୟାସ ଇତ୍ୟାଦି) ବଜାରରେ ସ୍ଥିରତା ରହିବା ଆବଶ୍ୟକ । ଭାରତ ବିଶ୍ବର ସର୍ବାଧିକ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିବାରୁ ଏହି ଦେଶକୁ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ  ବୋଲି ମୋଦୀ କହିଛନ୍ତି ।

ଭାରତ ଏହାର ଜଳବାୟୁ ନିରାକରଣ ଲକ୍ଷ୍ୟ ଉପରେ ଧ୍ୟାନ ଦେଉଛି ବୋଲି ଉଲ୍ଲେଖ କରି ସେ କହିଥିଲେ: “ସ୍ୱଚ୍ଛ ଶକ୍ତି ଏବଂ ପରିବେଶ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଆମର ଅଧା ବିଦ୍ୟୁତ୍ ଅକ୍ଷୟ ଉତ୍ସରୁ ଉତ୍ପନ୍ନ ହେବ। ”

ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଦେଖାଦେଇଥିବା ସଙ୍କଟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ବିଶେଷକରି ସାର ଯୋଗାଣରେ ଦେଖାଦେଇଥିବା ସମସ୍ୟା କଥା ଉଠାଇ ସେ କହିଥିଲେ ଯେ ଆଜିର ସାର ଅଭାବ ଆସନ୍ତା କାଲିର  ଖାଦ୍ୟ ସଂକଟକୁ ଟାଣିଆଣିବ ଓ ଆମ ପାଖରେ ଏହାର କୌଣସି ସମାଧାନ ନାହିଁ । ଏଣୁ ଆମକୁ ସାର ଓ ଖାଦ୍ୟର ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ଆବଶ୍ୟକ ।

ସମ୍ବନ୍ଧିତ ଖବର