‘ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଥିବା ଆଦେଶର ସମୀକ୍ଷା ପାଇଁ ଅନୁମତି ମିଳୁ’: ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜି (ସୋମବାର) ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ଗତ ଅଗଷ୍ଟ ୧୪ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ।
ଏହା ପୂର୍ବରୁ ଆଜି ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରି କହିଛନ୍ତି, ଅଗଷ୍ଟ ୧୪ ତାରିଖରେ ଯେଉଁ ଆଦେଶରେ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେଇ ଆଦେଶର ପୁନଃ ସମୀକ୍ଷା ପାଇଁ ଅନୁମତି ମିଳୁ। କାରଣ, ଦେଶର ପୂର୍ବତନ ପ୍ରଧାନ ବିଚାରପତିମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ନେଇ ପ୍ରଶାନ୍ତ ଭୂଷଣ ଯେଉଁ ଅଭିଯୋଗ ଉଠାଇଛନ୍ତି, ତାହା ଅଦାଲତ ଅବମାନା ନୁହେଁ। ଏହି କାରଣରୁ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା ପାଇଁ ଆମେ ଆବେଦନ କରିବାକୁ ଚାହୁଁଛୁ ବୋଲି ଆଇନଜୀବୀ ରାଜୀବ ଧାଓ୍ଵନ ଶୀର୍ଷ ଅଦାଲତଙ୍କୁ କହିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥରେ ଭ୍ରଷ୍ଟାଚାର ସଂପର୍କରେ ମନ୍ତବ୍ୟ ଅଦାଲତର ଅବମାନନା ନୁହେଁ ବୋଲି ଆଇନଜୀବୀ ଧାଓ୍ଵନ ଦର୍ଶାଇଛନ୍ତି।

Tribune

କାରଣ, ଏପ୍ରସଙ୍ଗରେ ଏପରି କିଛି ପ୍ରଶ୍ନ ଅନୁତ୍ତରିତ ହୋଇ ରହିଯାଇଛି ଯାହାର ଉତ୍ତର କେବଳ ମାତ୍ର ସମ୍ବିଧାନିକ ଖଣ୍ଡପୀଠ ନିକଟରୁ ହିଁ ମିଳିପାରିବ। ସେଥିପାଇଁ ଅଗଷ୍ଟ ୧୪ ତାରିଖରେ ଯେଉଁ ଆଦେଶରେ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେଇ ଆଦେଶର ପୁନଃ ସମୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ଆଇନଜୀବୀ ଧାଓ୍ଵନ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ ଭୂଷଣ ୨୦୦୯ରେ ତେହେଲ୍‌କା ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତର ୧୬ ଜଣ ମୁଖ୍ୟ ବିଚାରପତି ଦୁର୍ନୀତିଗ୍ରସ୍ତ ଅଟନ୍ତି।

ସମ୍ବନ୍ଧିତ ଖବର