ବିଜେପି ୨୨ଟି ଲୋକସଭା ଆସନ ଜିଣିଲେ ଆମେ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସରକାର ଗଢ଼ିବୁ: ବି ଏସ୍‌ ୟେଦ୍ଦ୍ୟୁରପ୍ପା

ବାଙ୍ଗାଲୋର୍‌: ଆସନ୍ତା ୨୦୧୯ ଲୋକସଭା ନିର୍ବାଚନରେ ଅନ୍ୟୂନ ୨୨ଟି ଆସନ ଜିଣିଲେ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ୨୪ ଘଣ୍ଟା ମଧ୍ୟରେ ସରକାର ଗଢ଼ିବୁ ବୋଲି ବରିଷ୍ଠ ବିଜେପି ନେତା ଓ ଲିଙ୍ଗାୟତ ସମ୍ପ୍ରଦାୟର ଟାଣୁଆ ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପା ଦାବି କରିଛନ୍ତି।

ଯଦି ବିକାଶର ନୂତନ ଯୁଗରେ ରଜ୍ୟକୁ ଆଗେଇ ନେବାକୁ ଚାହାଁନ୍ତି ଭୋଟର୍‌ମାନେ ବିଜେପିକୁ ଭୋଟ୍‌ ଦିଅନ୍ତୁ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମଙ୍ଗଳବାର ଦିନ ୟାରାଗତ୍ତି ଗାଁରେ ଗୋଟାଏ ରାଲିକୁ ସମ୍ବୋଧିତ କରି ଏ ଭଳି ମନ୍ତବ୍ୟ ଦେଇଛନ୍ତି ବିଏସ୍‌ଓ୍ଵାଇ।

୨୦୧୯ ଲୋକସଭା ନିର୍ବାଚନ ଲାଗି ନିର୍ବାଚନ କମିସନ୍‌ ତାରିଖ ନିର୍ଦ୍ଧାରଣ କରିବା ପରେ ସେ ଏ ଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ସମ୍ପ୍ରତି ବିଏସ୍‌ଓ୍ଵାଇ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ବିଏସ୍‌ଓ୍ଵାଇ ଆଶା କରିଛନ୍ତି ଯେ ତାଙ୍କ ଦଳ କର୍ଣ୍ଣାଟକରେ ପ୍ରାୟ ସବୁ ଆସନ ଜିଣିବ।

କିଛି ସପ୍ତାହ ହେବ ଚାଲିଥିବା ରାଜନୈତିକ ନାଟକ ଯୋଗୁଁ ଜେଡିଏସ୍‌-କଂଗ୍ରେସ୍‌ ମିଳିତ ସରକାରର ସ୍ଥିରତା ଉପରେ ସବୁବେଳେ ବିପଦ୍‌ ରହିଥିବା ପରି ଜଣାପଡୁଛି।

ସମ୍ବନ୍ଧିତ ଖବର