ଗାଜା: ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବିକ ସ୍ଥିତି ଅଲଗା ମନେହେଉଛି । ହମାସ (Hamas) ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ସହ ଇସ୍ରାଏଲ ତାହାର ଜବାବ ଦେଇଛି, ଫଳରେ ଯୁ୍ଦ୍ଧବିରତି ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି ।
ଦକ୍ଷିଣ ଗାଜାର ରାଫାରେ ଆତଙ୍କବାଦୀମାନେ ଇସ୍ରାଏଲୀ ସେନା ଉପରେ ଆକ୍ରମଣ କରିଥିଲେ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ବିମାନ ଆକ୍ରମଣ ସହିତ ତାହାର ଜବାବ ଦେଇଥିଲା। ଆମେରିକାର ବୈଦେଶିକ ବିଭାଗ ପୂର୍ବରୁ ଏକ ରିପୋର୍ଟ ପ୍ରକାଶ କରି ଚେତାବନୀ ଦେଇଥିଲା ଯେ ହମାସ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି।
ଆହୁରି ପଢନ୍ତୁ : ପ୍ରତିବାଦ ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ
ଯୁ୍ଦ୍ଧବିରତି ଶେଷ ହେବା ନେଇ ଆଶଙ୍କା
IDFର କହିବା ଅନୁଯାୟୀ, ଶୁକ୍ରବାର ରାଫା ଅଞ୍ଚଳର ଏକ ସୁଡ଼ଙ୍ଗରୁ ଅନେକ ହମାସ ଆତଙ୍କବାଦୀ ବାହାରି ଇସ୍ରାଏଲୀ ସୈନିକଙ୍କ ଉପରେ ଗୁଳି ଚଳାଇଥିଲେ । କିନ୍ତୁ ହମାସ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଏହାକୁ ଇସ୍ରାଏଲୀ ପ୍ରଚାର ବୋଲି କହିଛି।
ଇସ୍ରାଏଲର ଚ୍ୟାନେଲ ୧୨ର ଏକ ରିପୋର୍ଟ ଅନୁଯାୟୀ, ହମାସ ଦ୍ବାରା ଇସ୍ରାଏଲୀ ସୈନିକଙ୍କ ଉପରେ ଆକ୍ରମଣ ପରେ ଇସ୍ରାଏଲୀ ସେନା ଗାଜାରେ ଏକ ବିମାନ ଆକ୍ରମଣ କରିଥିଲା। ଇସ୍ରାଏଲୀ ନୌସେନା ମଧ୍ୟ ବନ୍ଦର ଆଡ଼କୁ ଗୁଳି ଚଳାଇଥିଲା। ତେବେ IDF ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।
ଆହୁରି ପଢନ୍ତୁ : ଭୁଜବଳଙ୍କ ଗୋଡ଼ତଳେ ପଡ଼ିବାକୁ ମୁଁ ପ୍ରସ୍ତୁତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/19/gaza-2025-10-19-16-33-20.jpg)