ହିଜାବ ବିବାଦ ଘଟଣା: ସମ୍ବିଧାନ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କହିଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜରେ କିଛି ଛାତ୍ରୀ ହିଜାବ ପିନ୍ଧିବା ନେଇ କିଛି ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଉପରେ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା। ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ, ୟୁନିଫର୍ମ ସ୍ଥିର କରିବା କଲେଜଗୁଡିକର କାମ। ଯେଉଁ ଛାତ୍ରଛାତ୍ରୀମାନେ ଏଥିରୁ ଆରାମ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ।

ସୂଚନା ମୁତାବକ, କର୍ଣ୍ଣାଟକର ଉଡୁପି, ଏମଜିଏମ କଲେଜରେ ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା।  ଯେତେବେଳେ କିଛି ଛାତ୍ରୀ ହିଜାବ ପିନ୍ଧି କଲେଜରେ ପହଞ୍ଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଯାଇନଥିଲା। ହେଲେ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ବନ୍ଦ କରିନଥିଲେ। ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ଗାମୁଛା ପକାଇ କଲେଜ ଆସିଥିଲା। ବିବାଦ ବଡ ହେବା ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜ ବନ୍ଦ କରାଗଲା। ସମାଧାନ ପାଇଁ ଏହି ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଆଜି ଏହାର ଶୁଣାଣି ହୋଇଛି।

indiatoday

ଶୁଣାଣି ସମୟରେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା। ସମ୍ବିଧାନକୁ ଅନୁସରଣ କରିବାକୁ ମୁଁ ଶପଥ ନେଇଛି।

ସମ୍ବନ୍ଧିତ ଖବର