ପାକିସ୍ତାନ ଯିବାକୁ ସିଦ୍ଧୁଙ୍କ ଜିଦ୍‌, ସରକାର ଅନୁମତି ନଦେଲେ ମଧ୍ୟ ଯିବେ ବୋଲି କହିଲେ

ନୂଆଦିଲ୍ଲୀ : ପାକିସ୍ତାନ ଯାଇ କର୍ତ୍ତାରପୁର କରିଡର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଜିଦ୍‌ ଧରିଛନ୍ତି ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏଥିଲାଗି ଭାରତ ସରକାର ଅନୁମତି ନ ଦେଲେ ସେ ମଧ୍ୟ ସେ ସେଠାକୁ ଯିବେ ବୋଲି କହିଛନ୍ତି ।
ପାକିସ୍ତାନ ଯିବା ଲାଗି ଅନୁମତି ଦେବାକୁ ସିଦ୍ଧୁ ଆଜି ପୁଣି ଏକ ପତ୍ର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଲେଖିଛନ୍ତି । ଏହା ତାଙ୍କର ୪ର୍ଥ ପତ୍ର । ଏହି ପତ୍ରରେ ସେ ଲେଖିଛନ୍ତି ଯେ ତାଙ୍କୁ ଅନୁମତି ଦେବାରେ ସରକାରଙ୍କର ଯଦି କୌଣସି ପ୍ରତିବନ୍ଧକ ଅଛି, ତେବେ ମନ୍ତ୍ରାଳୟ ତାଙ୍କୁ ସିଧାସଳଖ ମନା କରୁ ।

 

ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡରର ଉଦଘାଟନ ହେବ । ଭାରତ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ । ତେବେ ଆଜି ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ବେଳେ ସିଦ୍ଧୁଙ୍କ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନକୁ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଏଡେଇ ଯାଇଥିଲେ । ଏହା ଏକ ଐତିହାସିକ ଘଟଣା ହୋଇଥିବାରୁ କୌଣସି ବ୍ୟକ୍ତିଗତ ମାମଲା ଉପରେ ଟିପ୍ପଣୀ ଦେବା ଠିକ ହେବ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର