‘ତୁମକୁ ମୁଁ କ୍ରେନ୍‌ରେ ଓଲଟା ଟାଙ୍ଗି ଦାଢ଼ି କାଟିଦେବି’: ଅସଦୁଦ୍ଦିନ୍ ଓଏସିଙ୍କୁ କହିଲେ ବିଜେପି ସାଂସଦ ଡି ଅରବିନ୍ଦ

ନିଜାମାବାଦ୍‌: ତେଲେଙ୍ଗାନାସ୍ଥିତ ନିଜାମାବାଦ୍‌ର ବିଜେପି ସାଂସଦ ଡି ଅରବିନ୍ଦ ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ଅସଦୁଦ୍ଦିନ ଓଏସିଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଂସଦ ଅରବିନ୍ଦ ଓଏସିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ତୁମକୁ ମୁଁ ଚେତାବନୀ ଦେଉଛି କି କ୍ରେନ୍‌ରେ ଓଲଟା ଟାଙ୍ଗି ତୁମ ଦାଢ଼ି କାଟିଦେବି। ସେହି ଦାଢ଼ିକୁ ନେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ମୁହଁରେ ଲଗାଇଦେବି।’

ପୂର୍ବରୁ ମଧ୍ୟ ନିଜାମାବାଦ୍‌ର ସାଂସଦ ଅରବିନ୍ଦ ହାଇଦ୍ରାବାଦ୍‌ର ସାଂସଦ ଅସଦୁଦ୍ଦିନ ଓଏସିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏହା ଆଗରୁ ପୂର୍ବ ମାସରେ ସାଂସଦ ଅରବିନ୍ଦ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ନେଇ ଅସଦୁଦ୍ଦିନ ଓଏସିଙ୍କୁ ଟାର୍ଗେଟ କରି ବୟାନ ଦେଇଥିଲେ।

ସେ କହିଥିଲେ, ‘ଅସଦୁଦ୍ଦିନ ଓଏସି ନାଗରିକତା ସଂଶୋଧନକୁ ଅସାମ୍ବିଧାନିକ ଓ ସାଂପ୍ରଦାୟିକ ବୋଲି କହି ତାହାକୁ ବିରୋଧ କରୁଛନ୍ତି। ମୁଁ ପ୍ରଶ୍ନ କରୁଛି ଅସଦୁଦ୍ଦିନ ଓଏସି ପାକିସ୍ତାନ କିମ୍ବା ବାଂଲାଦେଶରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କି?’ ସେ ଅସଦୁଦ୍ଦିନ ଓଏସିଙ୍କ ଉପରେ ଆହୁରି ଅଭିଯୋଗ ‌ଆଣି କହିଥିଲେ କି ସେ ସବୁବେଳେ ଦେଶକୁ ବିଭାଜିତ କରିବା ପ‌ରି କଥା କହୁଛନ୍ତି।

 

ସମ୍ବନ୍ଧିତ ଖବର