ଢାକା: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ବାଂଲାଦେଶ ପୁଲିସର ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି) ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛି। ଶନିବାର ବାଂଲାଦେଶୀ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି।
ବାଂଲାଦେଶ ପୁଲିସ ସମ୍ପ୍ରତି ଶେଖ ହସିନା ଏବଂ ଅନ୍ୟ ୭୨ ଜଣଙ୍କ ବିରୁଦ୍ଧରେ ଗୃହଯୁଦ୍ଧକୁ ଉସକାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନକୁ କ୍ଷମତାଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି।
ପୁଲିସ ମୁଖ୍ୟାଳୟର ସହକାରୀ ମହାନିରୀକ୍ଷକ(ମିଡିଆ) ଏନାମୁଲ ହକ୍ ସାଗର ଶନିବାର ଇଣ୍ଟରପୋଲକୁ ଅନୁରୋଧ ପଠାଯାଇଥିବା ନିଶ୍ଚିତ କରିଛନ୍ତି।
ହାଇଲାଇଟ୍ସ :
ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପାଇଁ ସମସ୍ୟା ବଢ଼ିଛି।
ହାସିନାଙ୍କ ବିରୋଧରେ ଇଣ୍ଟରପୋଲକୁ ଅନୁରୋଧ କଲା ବାଂଲାଦେଶ
ହସିନାଙ୍କ ସମେତ ୧୨ ଜଣଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ଦାବି।
ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଏନସିବି ଶାଖା କୋର୍ଟ, ସରକାରୀ ଓକିଲ କିମ୍ବା ତଦନ୍ତକାରୀ ସଂସ୍ଥାଗୁଡ଼ିକରୁ ପ୍ରାପ୍ତ ଆବେଦନ ଆଧାରରେ ଇଣ୍ଟରପୋଲକୁ ଏପରି ଅନୁରୋଧ କରିଥାଏ, ଏନାମୁଲ ହକ୍ ଶନିବାର କହିଛନ୍ତି। ସେ କହିଛନ୍ତି, ଚାଲିଥିବା ମାମଲାର ତଦନ୍ତ କିମ୍ବା କାର୍ଯ୍ୟଧାରା ସମୟରେ ସାମ୍ନାକୁ ଆସିଥିବା ଅଭିଯୋଗ ସମ୍ପର୍କରେ ଏହି ଆବେଦନ ଦାଖଲ କରାଯାଇଛି।
ଏଆଇଜି ଇନାମୁଲ ହକ୍ କହିଛନ୍ତି ଯେ, ବିଦେଶରେ ରହୁଥିବା ପଳାତକଙ୍କ ଆଡ୍ଡା ଚିହ୍ନଟ କରିବାରେ ଇଣ୍ଟରପୋଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଜଣେ ପଳାତକଙ୍କ ସ୍ଥାନ ନିଶ୍ଚିତ ହେବା ପରେ, ସେହି ସୂଚନା ଇଣ୍ଟରପୋଲକୁ ପଠାଯାଏ। ସେ କହିଛନ୍ତି ଯେ, ରେଡ ନୋଟିସ ପାଇଁ ଅନୁରୋଧ ଏପର୍ଯ୍ୟନ୍ତ ପ୍ରକ୍ରିୟାରେ ଅଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନ ଉଭୟ ପଟେ ଫସିଲା: ପୁଟିନଙ୍କ ହଠାତ୍ ଅସ୍ତ୍ରବିରତି
ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ଗତ ବର୍ଷ ବାଂଲାଦେଶରେ ଆୱାମୀ ଲିଗ୍ ସରକାରର ପତନ ଘଟିଥିଲା ​​ଏବଂ ୭୭ ବର୍ଷୀୟା ହସିନା ଭାରତ ପଳାଇ ଆସିଥିଲେ ଏବଂ ସେବେଠାରୁ ସେଠାରେ ରହୁଛନ୍ତି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଗତ ବର୍ଷ ନଭେମ୍ବରରେ ହସିନା ଏବଂ ପଳାତକ ବିବେଚିତ ଅନ୍ୟମାନଙ୍କୁ ଗିରଫ କରିବାରେ ଇଣ୍ଟରପୋଲର ସାହାଯ୍ୟ ଲୋଡ଼ିବା ପାଇଁ ପୁଲିସ ମୁଖ୍ୟାଳୟକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରିଥିଲା।
ଅଧିକ ପଢ଼ନ୍ତୁ: ହତ୍ୟାକାରୀ ହମାସ ଆଗରେ ଆତ୍ମସମର୍ପଣ କରିବୁ ନାହିଁ: ନେତାନ୍ୟାହୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/20/llVSjRSVO30YdoH5sgaO.jpg)