ନୂଆଦିଲ୍ଲୀ: ଶ୍ରୀଲଙ୍କା ନିରପେକ୍ଷ ବୈଦେଶିକ ନୀତି ଅବଲମ୍ବନ କରିବାକୁ ଚାହୁଁଥିଲେ ବି ଯୁଦ୍ଧ ଓ ନିରାପତ୍ତା କ୍ଷେତ୍ରରେ ‘ଭାରତ ଆଗ’ ନୀତି ଅନୁସରଣ କରିବ ବୋଲି ବୈଦେଶିକ ସଚିବ ଜୟନାଥ କଲୋମ୍ବେଜ୍ କହିଛନ୍ତି।
ଶ୍ରୀଲଙ୍କୀୟ ଟେଲିଭିଜନ୍ ଚାନେଲ୍ରେ ସୋମବାର ଦିନ କଲୋମ୍ବେଜ୍ କହିଛନ୍ତି, ନିରାପତ୍ତା ରଣକୌଶଳ ପ୍ରସଙ୍ଗରେ ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ। ଆମେ ଭାରତ ଠାରୁ ଲାଭବାନ ହେବାକୁ ଚାହୁଁ। ନିରାପତ୍ତା କ୍ଷେତ୍ରରେ ଜଣେ ନିଜେ ହିଁ ନିଜର ପ୍ରଥମ ପ୍ରାଥମିକତା ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ମତପୋଷଣ କରନ୍ତି । କିନ୍ତୁ, ଆର୍ଥିକ ସମୃଦ୍ଧି ନିମନ୍ତେ ଆମକୁ ଅନ୍ୟମାନଙ୍କ ସହ ବୁଝାମଣା କରିବାକୁ ପଡ଼ିବ।
Image Courtesy of Business Standardସେ ଆହୁରି ମଧ୍ୟ କହିଛନ୍ତି ଯେ, ନିରପେକ୍ଷ ବୈଦେଶିକ ନୀତି ଅନୁସରଣ କରିବା ସହ ଶ୍ରୀଲଙ୍କା ଭାରତର ସାମରିକ ସ୍ବାର୍ଥକୁ ନିରାପଦ ରଖିବ। ପ୍ରଥମ ଥର ଲାଗି ସଶସ୍ତ୍ର ବାହିନୀରୁ ଆସିଥିବା ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କଲୋମ୍ବେଜ୍ କହିଛନ୍ତି, ଚୀନ୍କୁ ୯୯ ବର୍ଷ ଲାଗି ‘ହାମ୍ବନତୋଟା’ ବନ୍ଦର ଲିଜ୍ ଦେବା ଗୋଟାଏ ବଡ଼ ଭୁଲ୍।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟ ଅତୀତରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ରାଜପାକ୍ଷେ ଟିମ୍ ସରକାରକୁ ଆସିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଶ୍ରୀଲଙ୍କୀୟ ପ୍ରତିପକ୍ଷ ଦିନେଶ ଗୁଣବର୍ଦ୍ଧନେଙ୍କ ସହ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/port.jpg)