କୋଲକାତା: ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା। ଶାହ ଏବେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ କରୋନା ଶେଷ ହେଲେ ନାଗରିକତା ସଂଶୋଧନ ଆଇନ ଲାଗୁ କରାଯିବ ବୋଲି ସେ କହିଛନ୍ତି।
ପଶ୍ଚିମବଙ୍ଗର ସିଲିଗୁଡି ଜିଲ୍ଲାରେ ଶାହ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଗୁଜବ ପ୍ରଚାର କରୁଛି ଯେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇପାରିବନାହିଁ। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ କୋଭିଡ ମହାମାରୀ ସମାପ୍ତ ହେଲେ ଆମେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବୁ। ମମତା ଦିଦି ଅନୁପ୍ରବେଶ ଚାହୁଁଛନ୍ତି, କିନ୍ତୁ ନାଗରିକତା ସଂଶୋଧନ ଆଇନ ହେଉଛି ଏକ ବାସ୍ତବତା, ଯାହା କାର୍ଯ୍ୟକାରୀ ହେବ।
ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର ଶାହିନ୍ ବାଗ ସମେତ ଦେଶର ଅନେକ ସ୍ଥାନରେ ବଡ଼ ଧରଣର ବିରୋଧ କରାଯାଇଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଡିସେମ୍ବର ୧୫, ୨୦୧୯ରୁ ମାର୍ଚ୍ଚ ୨୪, ୨୦୨୦ ପର୍ଯ୍ୟନ୍ତ ଦିଲ୍ଲୀର ଶାହିନ ବାଗରେ ଶାନ୍ତିପୂର୍ଣ୍ଣ ଭାବରେ ବସି ଆନ୍ଦୋଳନ କରିଥିଲେ ମହିଳା। ଏହି ଆନ୍ଦୋଳନରେ ପ୍ରାୟ ମୁସଲିମ ମହିଳା ସାମିଲ ହୋଇଥିଲେ। ମାର୍ଚ୍ଚ ୨୦୨୦ ରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ କିଛି ଦିନ ଆନ୍ଦୋଳନ ଜାରି ରହିଥିଲା। ହେଲେ ମାର୍ଚ୍ଚ ୨୩ରେ ଲକଡାଉନ ଘୋଷଣା ହେବା ପରେ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ସହ କିଛି ଆନ୍ଦୋଳନକାରୀଙ୍କୁ ଜବରଦସ୍ତ ଆନ୍ଦୋଳନ ବନ୍ଦ କରିବାକୁ କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ସ-55.jpg)