ରତଲାମ୍ : କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ କୁ ୧୫୦ ଟି ଆସନ ମଧ୍ୟ ମିଳିବ ନାହିଁ ଏବଂ ଏହି ନିର୍ବାଚନ ସମ୍ବିଧାନକୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଯାହାକୁ ଗେରୁଆ ଦଳ ଏବଂ ଆରଏସଏସ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ମଧ୍ୟପ୍ରଦେଶର ରତଲାମ-ଝାବୁଆ ଲୋକସଭା ଆସନ ଅନ୍ତର୍ଗତ ଅଲିରାଜପୁର ଜିଲ୍ଲାର ଜୋବାଟ ସହରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ସରକାର ଲୋକଙ୍କ ହିତ ପାଇଁ ସଂରକ୍ଷଣ ଉପରେ ଥିବା ୫୦ ପ୍ରତିଶତ ସୀମା କୁ ହଟାଇଦେବେ ଓ ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରାଯିବ । ସମ୍ବିଧାନ ଥିବା ଯୋଗୁଁ ହିଁ ଆଦିବାସୀ, ଦଳିତ ଓ ଓବିସିମାନେ ଏହାର ଲାଭ ପାଉଛନ୍ତି। ସମ୍ବିଧାନ ଅନୁଯାୟୀ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ରହିଛି।
କଂଗ୍ରେସର ପୂର୍ବତନ ସଭାପତି ପୁଣି ଥରେ ଜାତିଭିତ୍ତିକ ଜନଗଣନା ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ ଏହା ଲୋକଙ୍କ ଅବସ୍ଥା ବିଷୟରେ ସବୁ କିଛି ପ୍ରକାଶ କରିବ ଏବଂ ଦେଶର ରାଜନୀତିର ଗତିପଥ ବଦଳାଇଦେବ । ବିଜେପି ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ ସମ୍ବିଧାନକୁ ବଦଳାଇଦେବେ। ସେମାନେ 'ଅବକି ବାର, ୪୦୦ ପାର' ସ୍ଲୋଗାନ ଦେଇଛନ୍ତି। ୪୦୦ ତ ଦୂରର କଥା, ସେମାନେ ୧୫୦ ସିଟ୍ ମଧ୍ୟ ପାଇବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-06-at-16.37.26-1.jpeg)