ଭୁବନେଶ୍ବର : ଓଡ଼ିଶା ଆମ ପାଇଁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ। ଆମେ ଏଠାରେ ନିବେଶ ଜାରି ରଖିବୁ ବୋଲି ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ମିଳୁଥିବା ସହଯୋଗକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଆମେ ଓଡ଼ିଶାରେ ୫୭,୫୭୫ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବୁ। ତାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୯,୩୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଗତକାଲି ରାଜ୍ୟର ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଆଦାନିର ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଂପାନି ରାୟଗଡ଼ାର କାଶିପୁରରେ ଏକ ଆଲୁମିନା ରିଫାଇନାରି ସ୍ଥାପନ କରିବ। ଏହା ସହିତ କଂପାନି ଏକ ୩୦ ଏମ୍ଏମ୍ଟିପିଏ ଲୁହା ପଥର (ମୂଲ୍ୟ ଯୋଗ) ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ଏକ ଲୁହାପଥର ବେନିଫିକେସନ ପ୍ଲାଣ୍ଟ, ଏକ ସ୍ଲରି ପାଇପ୍ଲାଇନ ଓ ଏକ ପେଲେଟ୍ କାରଖାନା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/adani-goutam.jpg)