ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ସର୍ବପ୍ରଥମେ ରାଫେଲ ଦୁର୍ନୀତି ସଂପର୍କରେ ତଦନ୍ତ କରାଇବ। ଏବଂ ରାଫେଲ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ଆଗତ ସହ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ।

Advertisment

ରାଫେଲ ପ୍ରସଙ୍ଗରେ ଆଜି ସରକାର ସଂସଦରେ ନିଜ ଉତ୍ତର ରଖିବାର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ରାଫେଲ ବିମାନ କ୍ରୟ ବାବଦରେ ଯେଉଁ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି, ସେ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସ୍ପଷ୍ଟ ଉତ୍ତର ରଖିବାର ଆବଶ୍ୟକତା ରହିଛି।

‘ଆମେ ଏବଂ ସମସ୍ତ ବିରୋଧୀ ଦଳ ଚାହୁଁଛୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ଉତ୍ତର ସଂସଦରେ ରଖିବା ବେଳେ ଆମେ ରାଫେଲ ଦୁର୍ନୀତି ନେଇ ଯେଉଁ ସବୁ ପ୍ରଶ୍ନ ଉଠାଇଛୁ ସେସବୁର ଉତ୍ତର ଦିଅନ୍ତୁ’, ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମ୍ବାଦିକମାନଙ୍କୁ କହିଛନ୍ତି।

publive-image

ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ରାଫେଲ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ଯେଉଁ ସମସ୍ତ ପ୍ରଶ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚରା ଯାଇଛି, ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ଡରୁଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ମୋଦି ନଜେ ଉତ୍ତର ରଖିବା ବଦଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମାଧ୍ୟମରେ ଉତ୍ତର ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।