ରାଜନୈତିକ ଆବଶ୍ୟକତା ପଡ଼ିଲେ ରଜନୀକାନ୍ତଙ୍କ ସହିତ ହାତ ମିଳାଇ ପାରନ୍ତି କମଲ ହାସନ୍

ନୂଆଦଲ୍ଲୀ: ମକ୍କଲ ନିଧି ମୟମ (ଏମଏନ୍‌ଏମ୍‌)ର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାଗସ୍ତରେ ଆସି ଫେରିବା ପରେ ବୁଧବାର କମଲ ହାସନ ଭବିଷ୍ୟତରେ ରାଜନୀତି କ୍ଷେତ୍ରରେ ରଜନୀକାନ୍ତଙ୍କ ସହିତ କାମ କରି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ଏହି ଅବସରରେ କମଲ ହାସନ କହିଛନ୍ତି, ରାଜନୀକାନ୍ତ ଓ ତାଙ୍କର ବନ୍ଧୁତା ୪୪ବର୍ଷ ପୁରୁଣା। ଯଦି ଆବଶ୍ୟକ ପଡେ ତେବେ ତାମିଲନାଡୁର ବିକାଶ ପାଇଁ ଦୁହେଁ (ରାଜନୀକାନ୍ତ ଓ କମଲ ହାସନ)ମିଳିତ ଭାବେ କାମ କରି ପାରନ୍ତି।

ଦୁଇଦିନ ତଳେ (ଗତ ସୋମବାର) ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହାସନଙ୍କ ମଧ୍ୟରେ ବେଶ୍‌ କିଛି ସମୟ ଆଲୋଚନା ହୋଇଥିଲା। ପରେ କମଲ ହାସନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କର ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା। ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା।

ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ମକ୍କଲ ନିଧି ମୟମର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ କହିଥିଲେ।

ସମ୍ବନ୍ଧିତ ଖବର