ବିହାରରେ ମଦ ଉପରୁ କଟକଣା ଉଠିବ କି ?

ପାଟନା : ବିହାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଆଉ ଏକ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସିଛି । ତାହା ହେଉଛି ବିହାରରେ ମଦ ଉପରେ ଜାରି କଟକଣା ଲାଗୁ ରହିବ ତ ?

ଏହାର କାରଣ ହେଉଛି, ତେଜସ୍ବୀ ଯାଦବ ବିହାରରେ ଲାଗୁ ମଦ ଆଇନର ଜଣେ ସମାଲୋଚକ ଭାବେ ଜଣାଶୁଣା । ଏହି ଆଇନକୁ ସେ ପୂର୍ବରୁ ଅନେକ ଥର ସମାଲୋଚନା କରିସାରିଛନ୍ତି । ଏଣୁ ସେ କ୍ଷମତାକୁ ଆସିବା ପରେ ମଦ ଆଇନ ପ୍ରତ୍ୟାହାର ଅଥବା କିଛିଟା କୋହଳ କରାଯିବାର ସମ୍ଭାବନା ରହିଛି ।

ଦୁଇ ବର୍ଷ ତଳେ ବିହାରରେ ମଦ ଆଇନରେ ରାଜ୍ୟ ସରକାର ଆଣିଥିବା ସଂଶୋଧନ ବେଳେ ମଦୁଆ ମାନଙ୍କୁ ମହାପାପୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ । ଏହାର ଜବାବରେ ସେତେବେଳେ ବିରୋଧୀ ଦଳ ନେତା ଥିବା ତେଜସ୍ବୀ କହିଥିଲେ ଯେ ଭାରତୀୟ ସୈନିକମାନେ ମଦ ପିଅନ୍ତି, ସେମାନେ କଣ ମହାପାପୀ ?

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ମଦ ଆଇନ ସଂପର୍କରେ ତେଜସ୍ବୀଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ ରହିବ ତାହା ଦେଖିବାର କଥା ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିହାରରେ ୨୦୧୬ରେ ମଦ ବିରୋଧୀ ଆଇନ ଲାଗୁ ହୋଇଥିଲା । ଏହା ମାଧ୍ୟମରେ ମଦ ପ୍ରସ୍ତୁତି, ବିକ୍ରି ଓ ସେବନ କୁ ନିଷିଦ୍ଧ କରାଯାଇଥିଲା ।

 

ସମ୍ବନ୍ଧିତ ଖବର