ନୂଆଦିଲ୍ଲୀ: ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଅଭିଯୋଗରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ଏ ସଂପର୍କରେ ତଦନ୍ତ କରିଥିବା ଲୋକସଭାର ଏଥିକ୍ସ କମିଟି ସୋମବାର ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବ । ଏଥିରେ ମହୁଆଙ୍କୁ ସଦସ୍ୟ ରଦ ରଦ୍ଦ ପାଇଁ ସୁପାରିଶ କରାଯାଥିବା କୁହାଯାଉଛି । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବ।

Advertisment

ଗତ ନଭେମ୍ବର ୯ ତାରିଖରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ନୈତିକତା କମିଟି ମୈତ୍ରାଙ୍କୁ ବହିଷ୍କାର କରିବାକୁ ସୁପାରିସ କରିଥିଲା। କମିଟିର ୬ ଜଣ ସଦସ୍ୟ ବହିଷ୍କାର ରିପୋର୍ଟକୁ ସମର୍ଥନ କରିଥିବା ବେଳେ ୪ ଜଣ ଏହାକୁ ବିରୋଧ କରିଥିଲେ।

ଏହି ସମୟରେ ମହୁଆ ମଧ୍ୟ କମିଟି ସମ୍ମୁଖରେ ହାଜର ହୋଇଥିଲେ। ତେବେ ସେ ଅଭିଯୋଗ କରିଥିଲେ ଯେ କମିଟିରେ ଥିବା ଅନ୍ୟ ବିରୋଧୀ ସାଂସଦମାନେ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରି ବିନୋଦ କୁମାର ସୋନକର କହିଥିଲେ ଯେ ତାହା ସତ ନୁହେଁ।