ଖୁବଶୀଘ୍ର ପୁଟିନଙ୍କୁ ଭେଟିବି : ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଯାଉଛନ୍ତି। "ମୁଁ ଭାବୁଛି ଆମ ପାଇଁ ମୁହାଁମୁହିଁ ବସିବାର ସମୟ ଆସିଛି," ଟ୍ରମ୍ପ ଆବୁଧାବିରେ ସାମ୍ବାଦିକମାନଙ୍କୁ କହିଛନ୍ତି।

trmp

ଆବୁଧାବି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ ତୁର୍କୀର ଇସ୍ତାନବୁଲରେ ହେବାକୁ ଥିବା ରୁଷ-ୟୁକ୍ରେନ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଥିଲେ। "ମୁଁ ଭାବୁଛି ଆମ ପାଇଁ ମୁହାଁମୁହିଁ ବସିବାର ସମୟ ଆସିଛି," ମଧ୍ୟପ୍ରାଚ୍ୟର ଚାରି ଦିନିଆ ଗସ୍ତରେ ଥିବା ଟ୍ରମ୍ପ ଆବୁଧାବିରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ପୁଟିନଙ୍କ ଆଲୋଚନାରୁ ଓହରିଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ। ସେ କହିଲେ, "ପୁଟିନ୍ ସେଠାକୁ ଯାଉନାହାଁନ୍ତି କାରଣ ମୁଁ ସେଠାରେ ନାହିଁ।"

ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ସେ ପୁଟିନଙ୍କ ସହ ସିଧାସଳଖ କଥା ହେବେ ଏବଂ ବୈଠକ "ଯେତେଶୀଘ୍ର ସମୟ ନିର୍ଦ୍ଧାରିତ ହେବ" ବୈଠକ ଅନୁଷ୍ଠିତ ହେବ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ ଟିଫାନି ସମ୍ପ୍ରତି ମାଆ ହୋଇଛନ୍ତି ଏବଂ ସେ ତାଙ୍କ ନବଜାତ ନାତିକୁ ଭେଟିବାକୁ ଅପେକ୍ଷା କରିଛନ୍ତି। "ମୁଁ ମୋର ସୁନ୍ଦର ନାତିକୁ ଦେଖିବାକୁ ଚାହୁଁଛି," ଟ୍ରମ୍ପ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe