ଟିଏମ୍‌ସି ନେତାଙ୍କୁ ଲକ୍ଷ୍ନୌ ଗସ୍ତ ଅନୁମତି ଦେବୁନି: ୟୁପି ଡିଜିପି

ଲକ୍ଷ୍ନୌ : ସିଏଏକୁ ନେଇ ପରିସ୍ଥିତି ଜଟିଳ କରିବାର ଆଶଙ୍କା ଥିବାରୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ପରିଦର୍ଶନରେ ଆସୁଥିବା ତୃଣମୂଳ କଂଗ୍ରେସର ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ପୁଲିସ ମହାନିର୍ଦେଶକ ଓ. ପି. ସିଂହ କହିଛନ୍ତି। ତୃଣମୂଳ କଂଗ୍ରେସର କେତେକ ନେତା ଲକ୍ଷ୍ନୌ ଗସ୍ତରେ ଆସୁଥିବା ଜାଣିବା ପରେ ‌ସେମାନଙ୍କୁ ଲକ୍ଷ୍ନୌକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଡିଜିପି ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାରୁ ସେମାନଙ୍କୁ ଆସିବାକୁ ଅନୁମତି ମିଳିବ ନାହିଁ। ସେମାନଙ୍କ ଗସ୍ତ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ଡିଜିପି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସେମାନେ ବିମାନ ବନ୍ଦରକୁ ଆସିଲେ ମଧ୍ୟ ଆମେ ସେମାନଙ୍କୁ ଲକ୍ଷ୍ନୌ ସହର ମଧ୍ୟକୁ ପ୍ରବେଶ କରିବାକୁ ଦେବୁନାହିଁ। ବର୍ତ୍ତମାନ ପୁଲିସ ଉତ୍ତର ପ୍ରଦେଶରେ ଦଙ୍ଗା ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଥିବାବେଳେ କେତେକ ଗୋଷ୍ଠୀ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର