ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆଞ୍ଜେଲା ମାର୍କେଲ, ଜି-୭ ସମ୍ମିଳନୀରେ ଯୋଗ ଦେବେନି

ୱାସିଂଟନ: ଜୁନ୍‌ ମାସ ଶେଷ ସପ୍ତାହରେ ୱାସିଂଟନ‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣକୁ ଜର୍ମାନୀର ଚ୍ୟାନ୍‌ସେଲର ଆଞ୍ଜେଲା ମାର୍କେଲ୍‌ ମନା କରିଦେଇଛନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣ କରିଥିବାରୁ ଆଞ୍ଜେଲା ମାର୍କେଲ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାତ୍ର କୋଭିଡ-୧୯ ସଂକ୍ରମଣ ଯୋଗୁଁ ସେ ଏହି ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଛନ୍ତି।

ଅପରପକ୍ଷେ, ଆମେରିକାରେ କୋଭିଡ-୧୯ ମହାମାରୀ ସବୁଠୁ ମାରାତ୍ମକ ସ୍ଥିତିରେ ଥିବାବେଳେ ଜି-୭ ବୈଠକ କିଭଳି ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆମେରିକାରେ କୋଭିଡ-୧୯ ସଂକ୍ରମଣ ଅଧିକ ଜଟିଳ ସ୍ଥିତିରେ ଥିବାରୁ ଜର୍ମାନୀ ଚ୍ୟାନ୍‌ସେଲର ଆଞ୍ଜେଲା ଯୋଗ ଦେଇପାରିବେ ନାହିଁ ବୋଲି ଜର୍ମାନୀର ସରକାରୀ ମୁଖପାତ୍ର ଷ୍ଟିଫେନ୍‌ ସେବର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର