ଋଣ ଶୁଝିବାକୁ ନିଜର ପରମାଣୁ ଅସ୍ତ୍ର ବିକିବ କି ପାକିସ୍ତାନ ?

ଇସ୍ଲାମାବାଦ : ଅର୍ଥନୈତିକ ସଙ୍କଟରେ ପଡ଼ିଥିବା ପାକିସ୍ତାନର ସରକାରୀ ରାଜକୋଷରେ ଅର୍ଥର ଅଭାବ ଦେଖାଦେଇଛି । ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନକୁ ଆଉ ଆଇଏମ୍ ଏଫ୍, ବିଶ୍ୱବ୍ୟାଙ୍କଠାରୁ ଋଣ ମିଳୁନାହିଁ କି ଚୀନ୍ ଓ ସାଉଦି ଆରବ ଭଳି ବନ୍ଧୁ ରାଷ୍ଟ୍ର ଏହାକୁ ଅର୍ଥନୈତିକ ପ୍ୟାକେଜ୍ ଦେଉନାହାନ୍ତି। ଏଭଳି ସ୍ଥିତିରେ ପାକ୍ ସେନା (ପାକ୍ ସେନା) ଓ ଆଇଏସଆଇର ଘନିଷ୍ଠ ସହଯୋଗୀ ଜାଏଦ ହମିଦ ପାକିସ୍ତାନ ସରକାରଙ୍କୁ ପରମାଣୁ ବୋମା ବିକ୍ରି କରିବାକୁ ପରାମର୍ଶ ଦେଇଛନ୍ତି। ସାଉଦି ଆରବ କିମ୍ବା ତୁର୍କୀକୁ ୫ଟି ପରମାଣୁ ବିକ୍ରି କଲେ ଆମକୁ କୋଟି କୋଟି ଡଲାର ମିଳିବ ବୋଲି ହମିଦ କହିଛନ୍ତି । ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଶସ୍ତ୍ର ବିକ୍ରି କରି ଏହି ଅବ୍ୟବସ୍ଥା ଦୂର କରିବ କି ?

ହମିଦ ଏକ ଭିଡିଓରେ କହିଛନ୍ତି ଯେ ଯଦି ପାକିସ୍ତାନ ସାଉଦି ଆରବକୁ ୫ଟି ଯୁଦ୍ଧାସ୍ତ୍ର (ପରମାଣୁ ଅସ୍ତ୍ର) ଦିଅନ୍ତି, ତେବେ ସେମାନେ ଆପଣଙ୍କୁ ଗୋଟିଏ ଘଣ୍ଟାରେ ୨୫ ବିଲିୟନ ଡଲାର ଦେବେ। ସେହିଭଳି ତୁର୍କୀକୁ ୫ଟି ଯୁଦ୍ଧାସ୍ତ୍ର ଦେଲେ ୨୦ ବିଲିୟନ ଡଲାର ମଧ୍ୟ ଦେଇପାରିବେ । ଏଣୁ ପାକିସ୍ତାନ ୪୦ଟି ପରମାଣୁ ଅସ୍ତ୍ର ବିକି ନିଜର ଋଣ ଶୁଝିପାରିବ ।

କିନ୍ତୁ ବିଶେଷଜ୍ଞଙ୍କ ମତରେ ପରମାଣୁ ଅସ୍ତ୍ରର ହସ୍ତାନ୍ତର ଓ ବିକ୍ରିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅତ୍ୟନ୍ତ କଠୋର ଆଇନ ରହିଛି । ପାକିସ୍ତାନ ପାଇଁ ଏହା କରିବ ସହଜ ନୁହେଁ । ଏପରି ହେଲେ ଋଣ ସୁଝିବ କଣ ଆର୍ଥିକ କଟକଣା ଯୋଗୁଁ ସ୍ଥିତି ଆହୁରି ଦୟନୀୟ ହେବ ।

ସମ୍ବନ୍ଧିତ ଖବର