ପାକିସ୍ତାନୀ ସଂଖ୍ୟାଲଘୁମାନେ କ’ଣ ଇଟାଲି ଯିବେ?: କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀ ଜି କିଷନ ରେଡ୍ଡୀ

ବାରାଣସୀ: ବୁଧବାର ଦିନ କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀ ଜି କିଷନ ରେଡ୍ଡୀ ଏକ ସମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ନିର୍ଯାତିତ ହୋଇ ଚାଲିଥିବା ପାକିସ୍ତାନର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଆଶ୍ରୟ ଓ ନାଗରିକତା ଦେବା ଭାରତର ନୈତିକ ଦାୟିତ୍ୱ।

ସେ କହିଛନ୍ତି: ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ଦେବା ଆମର ନୈତିକ କର୍ତ୍ତବ୍ୟ। ସେମାନେ ଭାରତକୁ ନ ଆସି କୁଆଡ଼େ ଯିବେ? ଇଟାଲିକୁ?
ହିନ୍ଦୁ ଓ ଶିଖମାନେ ଗରିବ ଲୋକ ହୋଇଥିବା କାରଣରୁ ଇଟାଲି ସେମାନଙ୍କୁ ଗ୍ରହଣ କରିବ ନାହିଁ।

Image Soruce: Zee News

କ୍ରମାଗତ ଅତ୍ୟାଚାର ଯୋଗୁଁ ପାକିସ୍ତାନରେ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଏବଂ ଜୈନଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇଛି। ତେଣୁ ଏହି ତିନୋଟି ପଡ଼ୋଶୀ ଦେଶର (ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶ) ଅଣମୁସଲମାନଙ୍କୁ ଆଶ୍ରୟ ଓ ନାଗରିକତା ଦେବା ଭାରତର ନୈତିକ ଦାୟିତ୍ୱ।

Image Courtesy of India Today

ସେ ଆହୁରି କହିଛନ୍ତି ଯେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ‘ସିଏଏ’ ଓ ‘ଜିଏସ୍‌ଟି’ ମଧ୍ୟରେ ଫରକ ଜାଣନ୍ତି ନାହିଁ। ସେହି କାରଣରୁ ସେ କହିଛନ୍ତି କି, ନାଗରିକତା ଆଇନରେ ହୋଇଥିବା ପରିବର୍ତ୍ତନ ଟିକସ ବୃଦ୍ଧି କରାଇବାରେ ସହାୟକ ହେବ। ଏଥିରୁ ଜଣାପଡୁଛି, ‘ଏନ୍‌ପିଆର୍‌’ ଏବଂ ‘ଏନ୍‌ସିଆର୍‌’ ସମ୍ବନ୍ଧରେ ମଧ୍ୟ ତାଙ୍କର ଧାରଣା ନାହିଁ।

ସମ୍ବନ୍ଧିତ ଖବର