ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର, ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାପକ ସ୍ତରରେ ମନ୍ଥନ ଜାରି ରଖିଛି । ଏହି କ୍ରମରେ ଏବେ ରାହୁଲ ଗାନ୍ଧୀ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି, ଯେଉଁଥିରେ ନିର୍ବଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ନେଇ ଆଲୋଚନା ହୋଇଥିବା କୁହାଯାଇଛି ।

ଏହି ବୈଠକ ଜୁଲାଇ ୨୨ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା । ଏହି ବୈଠକରେ କମଲନାଥ, ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନୀ, ଅଜୟ ମାକେନ, ଆନନ୍ଦ ଶର୍ମା, ହରିଶ ରାୱତ, ଅମ୍ବିକା ସୋନୀ ଓ କେ.ସି ବେଣୁଗୋପାଳଙ୍କ ଭଳି ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରାହୁଲ ଗାନ୍ଧୀ ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ଥାନ ପାଇଥିଲା ।

Buzz over Prashant Kishor's Congress entry grows | Latest News India -  Hindustan Times
Hindustan Times

ବିଶେସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚୁଡାନ୍ତ ହୋଇଛି, ହେଲେ ଦଳରେ ତାଙ୍କୁ କେଉଁ ପଦବୀ ମିଳିବ ସେ ନେଇ ସ୍ପଷ୍ଟ ହୋଇପାରି ନାହିଁ । ଜୁଲାଇ ୨୨ ରେ ହୋଇଥିବା ବୈଠକରେ ଯୋଗଦେଇଥିବା ଅନ୍ୟଜଣେ ନେତା କହିଛନ୍ତି କି, ଏବେ ସମୟ ଆସିଛି ନୂଆ ରଣନୀତି ଓ ସମିକରଣକୁ ନେଇ ଦଳ ଭୋଟରମାନଙ୍କ ପାଖରେ ପହଞ୍ଚିବା ଦରକାର । ଏସବୁକୁ ନଜର କଲେ ପ୍ରଶାନ୍ତ କିଶୋର ଦଳ ପାଇଁ ନିଶ୍ଚିନ୍ତ ଭାବେ ଲାଭକାରୀ ହେବେ ।

ତେବେ ଏଭଳି ଆଲୋଚନା ଭିତରେ କଂଗ୍ରେସ ପାର୍ଟି ଓ ପ୍ରଶାନ୍ତ କିଶୋର ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପରେ ପ୍ରଶାନ୍ତ କିଶୋର ଜାତୀୟ ରାଜନୀତିରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିଛିଦିନ ପୂର୍ବରୁ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ । ଏହି ବୈଠକରେ ୨୦୨୪ରେ କଂଗ୍ରେସକୁ କିଭଳି ମଜବୁତ କରାଯିବ ତା ଉପରେ ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର