ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବେ କି ପ୍ରିୟଙ୍କା ଗାନ୍ଧୀ! ଉତ୍ତର ରଖିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡା ଯାତ୍ରାକୁ ଆଜି ୧୩ ଦିନ ପୁରିଛି | ତାମିଲନାଡୁରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ବର୍ତ୍ତମାନ କେରଳର ବିଭିନ୍ନ ଜିଲ୍ଲା ଦେଇ ଆଗକୁ ବଢୁଛି । ଏହାରି ମଧ୍ୟରେ ଏବେ କର୍ମୀଙ୍କ ସହ ରାଜନୀତି ବିଶେଷଜ୍ଞଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏହି ଯାତ୍ରାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେବେ ନା ନାହିଁ? ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତା ଜୟରାମ ରମେଶ ଆଜି ବିବୃତି ଜାରି କରିଛନ୍ତି | ସେ କହିଛନ୍ତି ଯେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ଯୋଗଦେବେ। କେରଳର ଆଲାପୁଝା ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରା ୨୮୫ କିଲୋମିଟର ଅତିକ୍ରମ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଖୁବ ଶୀଘ୍ର ଭାରତ ଯୋଡ଼ ଯାତ୍ରାରେ ଯୋଗଦେବେ। ସେ ନିଜେ କେରଳରେ ଚାଲିଥିବା ଏହି ଯାତ୍ରାରେ ଯୋଗ ଦେବେ | ସୂଚନା ଥାଉ କି ଯେ କଂଗ୍ରେସର ଭାରତ ଯୋଡ ଯାତ୍ରା ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। କଂଗ୍ରେସ ମୋଟ ୩ ହଜାର ୫୭୦ କିଲୋମିଟର ଯାତ୍ରା ଅତିକ୍ରମ କରିବାକୁ ଥିବାବେଳେ ଭାରତ ଯୋଡ ଯାତ୍ରା ଶ୍ରୀନଗରରେ ଶେଷ ହେବ |

ଦେଶର ୧୨ଟି ରାଜ୍ୟ ଦେଇ ଯିବାକୁ ଥିବା ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଛି | ଅନ୍ୟପଟେ ସାମ୍ବାଦିକମାନେ ଯେତେବେଳେ ରମେଶଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଏହା ଉପରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସମସ୍ତ ଦଳର କର୍ମୀଙ୍କ ମୁଖ୍ୟ ଧ୍ୟାନ ହେଉଛି ‘ଭାରତ ଯୋଡ ଯାତ୍ରା’। ସମସ୍ତ ଦଳର କର୍ମୀ ବର୍ତ୍ତମାନ ଯାତ୍ରାକୁ ସଫଳ କରିବାରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର