ନୂଆଦିଲ୍ଲୀ : ବିଜେପି ଶାସିତ ରାଜ୍ୟ ହରିୟାଣାରେ ଚାଷୀମାନେ ବିଜେପି ବିଧାୟକଙ୍କ ଘର ବାହାରେ ଆନ୍ଦୋଳନ କରିବେ। ବିଜେପି ବିଧାୟକଙ୍କ ଘର ସମେତ ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ବି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ପଂଜାବ ଏବଂ ହରିୟାଣାରେ କୃଷକମାନଙ୍କଠାରୁ ଖରିଫ୍ କ୍ରୟ କେନ୍ଦ୍ର ସରକାର ଅକ୍ଟୋବର ୧୧ ଯାଏଁ ସ୍ଥଗିତ ରଖିଥିବାରୁ ଏହାକୁ ବିରୋଧ କରି ଜୋର୍ଦାର ପ୍ରତିବାଦ ହେବ ବୋଲି ଟିକାୟତ କହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ନିକଟରେ ପ୍ରବଳ ବର୍ଷା ହୋଇଥିବା ଏବଂ ଶସ୍ୟରେ ଜଳୀୟ ଅଂଶ ଅଧିକ ଥିବାରୁ କ୍ରୟ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇଛି । ଅନ୍ୟପକ୍ଷେ ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳମାନେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କହିଛି, ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ବିପୁଳ ଶସ୍ୟ ନଷ୍ଟ ହୋଇଯିବ।
ହରିୟାଣାରେ ବିଜେପି ବିଧାୟକଙ୍କ ଘର ବାହାରେ ଆନ୍ଦୋଳନ କରିବୁ : ଟିକାୟତ
/sambad/media/post_attachments/wp-content/uploads/2021/10/tikayat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)