ଭାରତ ଆମ ବାୟୁସୀମା ଅତିକ୍ରମ କରି ଉତ୍ତେଜନା ବଢାଇଛି, ଏହାର ଜବାବ ଦିଆଯିବ : ପାକିସ୍ତାନ

ଇସ୍ଲାମାବାଦ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପ୍ରଥମେ ପାକିସ୍ତାନର ସେନା ଏହି ଆକ୍ରମଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା କହିଥିବାବେଳେ ଏବେ ପାକିସ୍ତାନ ଏହି ଆକ୍ରମଣର ଜବାବ ଦେବ ବୋଲି କହିଛି । ଭାରତ ପକ୍ଷରୁ ଏଲଓସି ଅତିକ୍ରମଣ କରି ପରିସ୍ଥିତିକୁ ଉସୁକାଯାଇଛି ।

ଏହାର ଜବାବ ଦେବାର ଅଧିକାର ପାକିସ୍ତାନ ପାଖରେ ରହିଛି । କିନ୍ତୁ ସ୍ଥାନ ଓ ସମୟ ପାକିସ୍ତାନ ନିଜେ ବାଛିବ ବୋଲି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସୀ କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱାରା ଡକାଯାଇଥିବା ଜରୁରୀ ବୈଠକରେ ଯୋଗ ଦେବା ପରେ ସେ ଏକଥା କହିଛନ୍ତି । ଅନ୍ୟପକ୍ଷରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଜାତିସଂଘରେ ଫେରାଦ ହେବାକୁ ପାକିସ୍ତାନ ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷରେ ଭାରତରେ ଘରୋଇ ରାଜନୈତିକ ଚାପରୁ ମୁକୁଳିବା ପାଇଁ ଭାରତ ସରକାର ଏହି ଆକ୍ରମଣର ଗୁଜବ ପ୍ରଚାର କରୁଛନ୍ତି ବୋଲି ପାକିସ୍ତାନି ଗଣମାଧ୍ୟମ କହିଛି ।

ସମ୍ବନ୍ଧିତ ଖବର