ଦୁବାଇ : ରୋହିତ ଶର୍ମା ଖୁବଶୀଘ୍ର ଭାରତୀୟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଟର୍ଚ୍ଚା ହେଉଛି । ସେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରେ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ ରୋହିତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଶେଷ ଥର ପାଇଁ ଦିନିକିଆ ଦଳର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିପାରେ । ରୋହିତ ଅନ୍ତର୍ଜାତୀୟ କ୍ରିକେଟରୁ ସଂପୂର୍ଣ୍ଣଭାବେ ଅବସର ଘୋଷଣା ନ କଲେ ବି ଦିନିକିଆ ଫର୍ମାଟକୁ ବିଦାୟ ଦେଇପାରନ୍ତି।
ଏବିପି ନ୍ୟୁଜର ରିପୋର୍ଟ ଅନୁଯାୟୀ ରୋହିତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଶେଷ ଥର ପାଇଁ ଦିନିକିଆ ଦଳର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିପାରେ । ରୋହିତ ଅନ୍ତର୍ଜାତୀୟ କ୍ରିକେଟରୁ ସଂପୂର୍ଣ୍ଣଭାବେ ଅବସର ଘୋଷଣା ନ କଲେ ବି ଦିନିକିଆ ଫର୍ମାଟକୁ ବିଦାୟ ଦେଇପାରନ୍ତି। ତେବେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଏହି ଖବରକୁ ଖଣ୍ଡନ କରିଛନ୍ତି । ନିକଟ ଭବିଷ୍ୟତରେ ରୋହତଙ୍କ ଅବସର ଲାଗି କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି ।
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବା ପୂର୍ବରୁ ରୋହିତଙ୍କ ଅବସର ପାଇଁ ଚାପ ବଢ଼ିବାରେ ଲାଗିଥିଲା। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସାମ୍ନାକୁ ଆସିଥିବା କିଛି ରିପୋର୍ଟ ଅନୁଯାୟୀ, ବିସିସିଆଇ ରୋହିତଙ୍କୁ ଅଲଟିମେଟମ ମଧ୍ୟ ଦେଇଥିଲା ଯେ ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ଅଧୀନରେ ଭଲ ପ୍ରଦର୍ଶନ ନ କରେ, ତେବେ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ ପଡ଼ିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/08/jqfgt38YKRqObjfS3y1h.jpeg)