ଭାରତରେ ବାଣ ବିକ୍ରୟ ନିଷିଦ୍ଧ ହେବ କି, ନାହିଁ? ମଙ୍ଗଳବାର ଦିନ ନିଷ୍ପତ୍ତି ନେବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ଆତସବାଜି ବା ବାଣ ବିକ୍ରୟ ନିଷିଦ୍ଧ କରାଯିବ କି, ନାହିଁ ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବେ। ଦେଶରେ ବାଣ ବିକ୍ରୟ ନିଷିଦ୍ଧ କରାଇବା ନିମନ୍ତେ ଅନେକଗୁଡ଼ିଏ ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାଏର୍‌ ହୋଇଛି।

ଅଗଷ୍ଟ ମାସରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ କି, ସେ ବାଣ ନିର୍ମାତାଙ୍କ ଜୀବୀକାର ମୌଳିକ ଅଧିକାର ଏବଂ ଦେଶର ୧. ୩ କୋଟି ଜନତାଙ୍କ ସ୍ୱାସ୍ଥ୍ୟଗତ ଅଧିକାର ସମେତ ଆତସବାଜି ନିଷିଦ୍ଧାଦେଶ ଆବେଦନ ଆଦି ସବୁ କଥାକୁ ବିଚାରକୁ ନେବା ପାଇଁ ଚାହୁଁଛନ୍ତି।

ଗତବର୍ଷ ଦୀପାବଳି ପୂର୍ବରୁ ଅକ୍ଟୋବର ୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ସାମୟିକ ଭାବେ ବାଣ ବିକ୍ରୟ ନିଷିଦ୍ଧ କରିଥିଲେ। ଅକ୍ଟୋବର ୧୯ ତାରିଖ ଦିନ ଦୀପାବଳି ପଡ଼ିଥିବା ଦୀପାବଳିର ଅନ୍ୟୂନ ଦୁଇ ଦିନ ପୂର୍ବରୁ ବାଣ ବିକ୍ରୟ ସକାଶ ଅନୁମତି ଦେବାକୁ ବିକ୍ରେତାମାନେ କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଗ୍ରହଣ କରି ନ ଥିଲେ।

ସୁପ୍ରିମ୍‌ କୋର୍ଟ କହିଥିଲେ କି, ସେ ବର୍ଷ ଦୀପାବଳି ସମୟର ନିଷିଦ୍ଧାଦେଶ ଥିଲା ସମ୍ପୃକ୍ତ ଅଞ୍ଚଳରେ ପ୍ରଦୂଷଣ ସ୍ତରର ପ୍ରଭାବ ପରୀକ୍ଷା କରିବା ସକାଶ।

ସମ୍ବନ୍ଧିତ ଖବର