କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଲେ ସନ୍ଦେଶଖାଲିରେ ହୋଇଥିବା ଅତ୍ୟାଚାରର ତଦନ୍ତ ପାଇଁ ବିଜେପି ଏକ କମିଶନ ଗଠନ କରିବ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜେଲ ପଠାଇବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅଞ୍ଚଳ ଗସ୍ତ କରିବାର ଗୋଟିଏ ଦିନ ପରେ ସନ୍ଦେଶଖାଲିରେ ବିଜେପି ନେତା ଏହି ବୟାନ ଦେଇଛନ୍ତି।
ଆପଣ (ବାନାର୍ଜୀ) ଲୋକଙ୍କୁ ଯାହା ଘଟିଛି ତାହା ଭୁଲିଯିବାକୁ କହିଛନ୍ତି। ଏହାକୁ ଭୁଲିବେ ନାହିଁ ସନ୍ଦେଶଖାଲିବାସୀ । ମୁଁ ବି ଭୁଲିପାରିବି ନାହିଁ । ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିଲେ ସନ୍ଦେଶଖାଲି ଘଟଣାର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯିବ। ଆପଣ ସନ୍ଦେଶଖାଲିର ମହିଳାମାନଙ୍କୁ ଫସାଇ ଜେଲ୍ ପଠାଇଥିଲେ। ମହିଳାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିବାରୁ ବିଜେପି ଆପଣଙ୍କୁ ଜେଲ୍ ପଠାଇବ।
ସନ୍ଦେଶଖାଲିଠାରେ ବିଜେପିର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ଶାହଜାହାନ ଶେଖଙ୍କ ଭଳି ସ୍ଥାନୀୟ ଟିଏମସି ନେତାଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କୁ ଦଣ୍ଡଦେବା ପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରେ ମହିଳାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବାକୁ ଷଡ଼ଯନ୍ତ୍ର କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/31/faITN0dfNPBA0ecVkPud.jpeg)